Subhadra Yojana: ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ, ଅଗଷ୍ଟରେ ମିଳିବ ୧୫ ହଜାର

ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଦୁଇଟି କିସ୍ତି ନମିଳିଥିଲେ ଏକାଥରକେ ସରକାର ଦେବେ ୩ଟି କିସ୍ତିର ଟଙ୍କା ।

ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର ।

ଆଉ ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ 'ସୁଭଦ୍ରା' ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।

ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା । ବ୍ରହ୍ମପୁରରେ 'ସୁଭଦ୍ରା' ଦ୍ବିତୀୟ କିସ୍ତି ଟଙ୍କା ବଣ୍ଟନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି 'ସୁଭଦ୍ରା' ଟଙ୍କା । କିନ୍ତୁ ତୃତୀୟ କିସ୍ତି କେଉଁଠାରୁ ଦିଆଯିବ ତା' ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଯେଉଁମାନେ ଦୁଇଟି ଯାକ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ ସରକାର ଦେବେ ୫ ହଜାର ଏବଂ ଯେଉଁମାନେ ଆଦୌ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ୧୫ ହଜାର ଟଙ୍କା ଦେବେ ସରକାର ।

Subhadra Yojana application

ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲ୍ଡ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଏକାଥରକେ ସୁଭଦ୍ରାର ତିନୋଟି କିସ୍ତି ପାଇବେ। ତେବେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆଣିଥିଲେ ସୁଭଦ୍ରା ଯୋଜନା । ମାତ୍ର ୯ ମାସରେ ଏହି ଯୋଜନାରେ ଯୋଡି ହୋଇଛନ୍ତି ୧ କୋଟିରୁ ଉର୍ଦ୍ଧ୍ବ ମହିଳା । ଏହା ବିଜେପି ସରକାର ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+