ଆଜି ମିଳିବ ସୁଭଦ୍ରା ଟଙ୍କା, ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
Subhadra Yojana: ଆଜି ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ଦଫା ଟଙ୍କା ପ୍ରଦାନ କରିବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ।
ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବା ପରେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୮୯୮ ଲକ୍ଷ ଟପିବ । NPCIରେ ଅସୁବିଧା ଯୋଗୁ ବଞ୍ଚିତ ହେଲେ ମାର୍ଚ୍ଚ ୮ ତାରିଖରେ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି କହିଛନ୍ତି NPCI କ୍ଲିୟର କଲେ ମାର୍ଚ୍ଚ ୮ ତାରିଖରେ ଉଭୟ ପ୍ରଥମ ଓ ଦ୍ୱିତୀୟ କିସ୍ତିର ଟଙ୍କା ହିତାଧିକାରୀ ପାଇବେ । ଏନପସିଆଇ ତ୍ରୁଟି ଥିବା ୩ ଲକ୍ଷ ୩୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୯ ହଜାର କ୍ଲିୟର କରିଛନ୍ତି । ବର୍ତ୍ତମାନ ଆହୁରି ୨ ଲକ୍ଷ ୮୦ ହଜାରରୁ ଅଧିକ ଆବେଦନକାରୀଙ୍କ ଏନପିସିଆଇ ତ୍ରୁଟିର ସମାଧାନ ହୋଇ ନାହିଁ । ସେହିପରି ୮୦ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ସୂଚନା ଅନୁସାରେ, ଯେଉଁ ହିତାଧିକାରୀଙ୍କୁ ଟଙ୍କା ମିଳି ନାହିଁ ସେମାନେ ୩ ରୁ ୪ ତାରିଖରେ ବ୍ୟାଙ୍କକୁ ଯାଉ ନିଜ ଇ-କେୱାଇସି କ୍ଲିଅର କରି ନିଅନ୍ତୁ ଯାହା ପରେ ଖାତାଙ୍କୁ ଟଙ୍କା ଯିବ । ତେବେ ଯେଉଁମାନଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବା ସେମାନଙ୍କୁ ପର୍ଯ୍ୟାୟରେ ଟଙ୍କା ମିଳିବ ।












Click it and Unblock the Notifications