Get Updates
Get notified of breaking news, exclusive insights, and must-see stories!

Subhadra Yojana: ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା

Subhadra Yojana 4rd Phase Money: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ମାସରେ ମିଳିବ । ବର୍ତ୍ତମାନ ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିସାରିଛି, ମୋଟ୍ ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କରା ସହାୟତା ପାଇସାରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଯାଏଁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ।

Subhadra Yojana 4rd Phase Money

ମିସ୍ ମ୍ୟାଚ୍‌ ଆକାଉଣ୍ଟକୁ ଯିବନି ଟଙ୍କା

ସଚେତନ କରିବାକୁ ଘରକୁ ଯିବେ ସରକାରୀ ଅଧିକାରୀ । ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା, ଯାହା ବର୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ । ଅର୍ଥାତ ୫ ଲକ୍ଷ ଆବେଦନକାରୀ ଚଳିତଥର ଲାଭବାନ ହୋଇପାରିବେ ନାହିଁ । ସେମାନଙ୍କ ଆକାଉଣ୍ଟ-ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସାମିଲ ହେବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+