Subhadra Yojana: ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି
ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ସୂଚନା ଦେଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ମିଳୁଛି । ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି । ୨ ଲକ୍ଷ ଆବେଦନର ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ।
ନୂଆ ହିତାଧିକାରୀଙ୍କ ସାମିଲ ପାଇଁ ଅଗଷ୍ଟ 9 ପରେ ଖୋଲିବ ପୋର୍ଟାଲ :
ଉପ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଅଗଷ୍ଟ 9 ପରେ ସୁଭଦ୍ରା ପୋର୍ଟାଲ ଖୋଲା ହେବ । ଯେଉଁମାନଙ୍କ ବୟସ 21 ହୋଇଯାଇଥିବ ସେମାନେ ସାମିଲ ହେବେ । ପାଖାପାଖି 60 ହଜାରରୁ ଅଧିକ ମହିଳା ଯାହାଙ୍କୁ 60 ବର୍ଷ ହୋଇଯାଇଛି ସେମାନଙ୍କୁ ସିଧାସଳଖ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଲାଗି ବ୍ୟବସ୍ଥା କରିଛୁ । ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ସହ ଭତ୍ତା ପାଇବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବା ପରେ ସେମାନେ ଏଥିରେ ଯୋଡି ହୋଇଯିବେ । ତୃତୀୟ କିସ୍ତିର ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟର ଜୟପୁରରେ ଆୟୋଜନ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ କରିବେ ଉପମୁଖ୍ୟମନ୍ତ୍ରୀ ।

ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଏବେ ସୁଦ୍ଧା ୨ଲକ୍ଷ ଆବେଦନ ଖାରଜ ହୋଇଛି। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ୬୦ ବର୍ଷ ମହିଳାଙ୍କୁ ମିଳିବନି ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇ କହିଛନ୍ତି, ସୁଭଦ୍ରାରୁ କଟି SSPDରେ ଭତ୍ତା ପାଇବେ ମହିଳା। '୯୩ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ। ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ଦିଆଯିବ।
କେବେ ଆସିଥିଲା ପ୍ରଥମ କିସ୍ତି ?
ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, 17 ସେପ୍ଟେମ୍ବର, 2024ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ 5 ହଜାର ଟଙ୍କା ଜମା ହୋଇଥିଲା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ପ୍ରାୟ 39 ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲେ ।












Click it and Unblock the Notifications