Subhadra Yojana 2025: ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ, ଡୋର ଟୁ ଡୋର ସର୍ଭେ, ଏହା ସଙ୍ଗରେ ମିଳିବ ୩ଟି କିସ୍ତି
Subhadra Yojana 2025: ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବାକୁ ଏଣିକି ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରୁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ରାଜ୍ୟ ସରକାର । ଫିଲଡ ଭେରିଫିକେସନ ପରେ ଯେଉଁ ହିତାଧିକାରୀ ଟଙ୍କା ମିଳିବାରୁ ବଞ୍ଚିତ ରହିଯାଇଛନ୍ତି ସେମାନଙ୍କୁ ଏହା ସଙ୍ଗରେ ୩ଟି କିସ୍ତି ମିଳିବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ ।

ସୂଚନା ଅନୁସାରେ, ସର୍ଭେ ସରିବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଏକାଥରେ ସେମାନେ ସୁଭଦ୍ରାର ତିନୋଟି କିସ୍ତି ପାଇବେ । ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରି ସାରିଛନ୍ତି । ଯାହା ମଧ୍ୟରୁ ୫ଟି ପର୍ୟ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ।












Click it and Unblock the Notifications