ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା' ଟଙ୍କା; ସାମିଲ ହେବେ ଅଙ୍ଗନବାଡି କର୍ମୀ

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ।

subhadra yojana

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା । ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି।

ସୁଭଦ୍ରା ଯୋଜନା: କେଉଁ ମାନେ କରିପାରିବେ ଆବେଦନ ?
ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ।
ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା ।
ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।
ସିଆରପି କରିପାରିବେ ଆବେଦନ ।
ଏମ୍‌ବିକେ, ଆଉଟ୍ ସୋର୍ସିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+