ସାଧାରଣ ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ସୁଭଦ୍ରା ଏସଓପି: ପ୍ରଭାତୀ ପରିଡ଼ା
ସାଧାରଣ ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ସୁଭଦ୍ରା ଏସଓପି । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି।
ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ। ୧୪ ତାରିଖ ସୁଦ୍ଧା ଜିଲାପାଳମାନଙ୍କଠାରୁ ଫିଡ୍ବ୍ୟାକ ରିପୋର୍ଟ ଆସିବ। ଲୋକଙ୍କ ମତ ପରେ ଏସଓପିରେ ସଂଶୋଧନ ହୋଇ ସାର୍ବଜନୀନ ହେବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଏହି ଯୋଜନା ପାଇଁ କେବେଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ଏଯାଏ କୌଣସି ସୂଚନା ମିଳିପାରିନାହିଁ।
ଭଦ୍ରା ଯୋଜନା ନେଇ ମହିଳାଙ୍କୁ ଭ୍ରମିତ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏସ୍ଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ କରନ୍ତୁ ନାହିଁ' । ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି' .

ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ବିରାଟ ସମାବେଶରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ୨୦୨୪ ନିର୍ବାଚନୀ ସଂକଳ୍ପ ପତ୍ରରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ନୂଆ ସରକାର ଶପଥ ନେବା ଦିନ ହିଁ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଗଲା। ସରକାର ଗଠନର ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ସୁଭଦ୍ରା ଯୋଜନା ।
ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ ଭାଉଚର । ଯାହାକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ । ବିଶେଷ କରି ପିଲାଙ୍କ ପାଠ ପଢା, ଝିଅ ବାହାଘରଠୁ ନେଇ ପରିବାରର ଅନ୍ୟ କାମରେ ଟଙ୍କା ବ୍ୟବହାର କରିପାରିବେ। ଏହି ଟଙ୍କାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ପ୍ରତିଶ୍ରୁତି ମୁତାବକ ବିଜେପି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଯାଉଥିବାରୁ ରାଜ୍ୟ ସାରା ମହିଳା ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନା ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍। ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା ।












Click it and Unblock the Notifications