ଆଜିଠୁ ଜନତା ମୈଦାନରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା
Subhadra Shakti Mela: ଆଜିଠୁ ଜନତା ମୈଦାନରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ମେଳା ୯ ଦିନ ଧରି ଚାଲିବ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ୩୦୦ରୁ ଅଧିକ ଷ୍ଟଲ । ଗୋଟିଏ ସ୍ଥାନରେ ଏକାଠି ହେବେ ହଜାର ହଜାର ମିଶନ ଶକ୍ତି ମହିଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ କରାଯିବ । ଏନେଇ ଶୁକ୍ରବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ । ସେହିପରି ଭୁବନେଶ୍ବର ବ୍ୟତୀତ ୪ଟି ସ୍ଥାନରେ ଆଞ୍ଚଳିକ ମେଳା ମଧ୍ୟ ଅନୁଷ୍ଠିତ ହେବ ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟର ପ୍ରତିଟି କୋଣରେ ଏଚଏଚଜି ଉତ୍ପାଦ ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି । ସୁଭଦ୍ରା ଶକ୍ତି ମେଳା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ଓ ଜୈବିକ ଉତ୍ପାଦର ବିଭିନ୍ନ ସାମଗ୍ରର ପ୍ରଦର୍ଶିତ କରାଯିବା ନେଇ ସୂଚନା ରହିଛି । ସେହିପରି ଆଗକୁ ଏହି ମେଳାର ନାଁ ପରିବର୍ତ୍ତନ ହୋଇ ପାରେ ବୋଲି ମଧ୍ୟ ସୂଚନା ରହିଛି ।
ଆଗକୁ ମିଶନ ଶକ୍ତିର ନାଁ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications