ସଫଳତାର ଶେଷ ହୋଇଛି ସୁଭଦ୍ରାଶକ୍ତି ମେଳା: ୯ ଦିନରେ ୪ ଶହ ବନିଲେ ଲକ୍ଷପତି ଦିଦି
Subhadra Shakti Mela: ସଫଳତାର ଶେଷ ହୋଇଛି ସୁଭଦ୍ରାଶକ୍ତି ମେଳା । ୯ ଦିନରେ ୪ ଶହ ବନିଲେ ଲକ୍ଷପତି ଦିଦି । ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଏହି ମେଳା ସଫଳତାର ସହ ଶେଷ ହୋଇଛି । ଏହି ମେଳାରେ ୭ ଲକ୍ଷ ଗ୍ରାହକ ଅସିଥିବା ବେଳେ ୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ନେଇ ସୂଚନା ରହିଛି । ଏହି ମେଳାରେ ଯୋଗ ଦେଇଥିବା ପ୍ରତ୍ୟେକ ଷ୍ଟର ୨ ରୁ ୪ ଲକ୍ଷ ଟଙ୍କାର ଲାଭ ପାଇଥିବା ନେଇ ସୂଚନା ରହିଛି ।

ଉପମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଆଗକୁ ଆହୁରି ମେଳା ଲାଗିବ । ସେଠାରେ ମଧ୍ୟ ମହିଳା ମାନେ ଷ୍ଟଲ ଲଗାଇ ଲକ୍ଷପତି ହେବାର ସୁଯୋଗ ପାଇବେ । ତେବେ ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର । ସୁଭଦ୍ରାଶକ୍ତି ମେଳାରେ ଗୋଟିଏ ସ୍ଥାନରେ ଅନେକ ମନ ପସନ୍ଦର ସାମଗ୍ରୀ ପାଇ ପାରୁଥିବା ବେଶ ଖୁସ ଅଛନ୍ତି ଗ୍ରାହକ ।












Click it and Unblock the Notifications