'ସୁଭଦ୍ରା' ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା, ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସୂଚନା
Subhadra Yojana: ସେପ୍ଟେମ୍ବର ୧ ତାରିଖୁ ଠାରୁ 'ସୁଭଦ୍ରା' ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଅପଲୋଡିଂ ପାଇଁ ୧୫ ଟଙ୍କା ଦେବା ପାଇଁ ପଡୁଛି । ହେଲେ କିଛି କିଛି ସ୍ଥାନରେ ଅଙ୍ଗନାଡ଼ି କର୍ମୀ ଓ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଫର୍ମ ଭରିବା ପାଇଁ ଲୋକଙ୍କଠୁ ଟଙ୍କା ମାଗୁଥିବା ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ରାଜ୍ୟ ସରକାର ସତର୍କ କରାଯାଇଛନ୍ତି। ଯଦି କେହି ଟଙ୍କା ମାଗୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ସାଧାରଣ ଲୋକଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ତେବେ ସୁଭଦ୍ରା ଯୋଜନା ପାଇଁ ୧୧ ତାରିଖ ସୁଦ୍ଧା ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଫର୍ମ ପଞ୍ଜିକରଣ ହୋଇସାରିଛି ।
ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି । ଲୋକଙ୍କ ଗହଳି ବଢିଥିବା ଦେଖି କେତେକ ଅଙ୍ଗନୱାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଅନଲାଇନରେ ଫର୍ମ ଅପଲୋଡ୍ କରିବା ପାଇଁ ୫୦ରୁ ୨୦୦ଟଙ୍କା ମାଗୁଛନ୍ତି ।
ଏନେଇ ସୂଚନା ମିଳିବା ପରେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି । ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସତର୍କ କରାଇ ଦେଇଛି ।
କେଉଁମାନେ ସୁଭଦ୍ରା ସହାୟତା ପାଇବେ
୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି ବର୍ଷକୁ ୧୦ ହଜାର, ୫ ବର୍ଷରେ ୫୦ ହଜାର ପାଇବେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା । ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ।
ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍ କାର୍ଡ ସୁଭଦ୍ରା ଯୋଜନାରେ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ସରକାର ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ଶହ ୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ 'ସୁଭଦ୍ରା ସୋସାଇଟି' ଗଠନ କରାଯିବ ।












Click it and Unblock the Notifications