ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌

ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌ । ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ। ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା, ଉତ୍ତର ମିଳୁ ନଥିଲା।

ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ ଜଣାଇ ଦିଆଯିବ । ସେମାନେ କଣ କଲେ ସାମିଲ ହୋଇପାରିବେ ଜଣାଇ ଦିଆଯିବ । ୨ ଲକ୍ଷ ୮୫ ହଜାର ବାଦ ପଡ଼ିଛନ୍ତି, ସମାଧାନର ରାସ୍ତା ବାହାରିବ ।

Subhadra Grievance Redressal Module launched by pravati parida

ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବାରୁ ବାଦ ପଡ଼ିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ ସୁଭଦ୍ରା ଯୋଜନାର ଏକ ବର୍ଷ ପୂରଣ ହେବ । ଏକ ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ । ପ୍ରତିଟି ଅଙ୍ଗନବାଡି କେନ୍ଦ୍ରରେ ବି ଏହି କାର୍ଯ୍ୟକ୍ରମ ଚାଲିବ ।

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ସୁଭଦ୍ରା ଯୋଜନା ନେଇ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ବା ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡ଼ିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ । ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍‌ ପଡ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+