ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ; କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା

ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା। ସିଏ ପୁଣି ଏକାଥରେ ଦଶ ହଜାର ଟଙ୍କା ।

'ସୁଭଦ୍ରା' କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସଫଳତା ପାଇଁ ସେମାନଙ୍କର ଯୋଗଦାନକୁ ସ୍ବୀକୃତି ପୂର୍ବକ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଟଙ୍କା ଓ ଅଙ୍ଗନବାଡ଼ି ସହାୟିକାଙ୍କୁ ୫୦୦ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହା ପାଇଁ ୧୪ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ବହନ କରିବେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଓ ସୁଭଦ୍ରା ଯୋଜନା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

subhadra yojana

ଉଲ୍ଲେଖଯୋଗ୍ୟ, 'ସୁଭଦ୍ରା'ରେ ପ୍ରଥମ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀ ଅର୍ଥ ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୩୫ଲକ୍ଷ ହିତାଧିକାରୀ, ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷ, ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇ ୯୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀ ଏହି ଯୋଜନାରେ ଲାଭାନ୍ୱିତ ହୋଇ ସାରିଛନ୍ତି। ଆଜି ୨.୩୪ଲକ୍ଷ ମହିଳା ଯୋଡ଼ି ହେବା ପରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+