ନୂଆବର୍ଷରେ ଏକାଥରେ 2ଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ: ଉପମୁଖ୍ୟମନ୍ତ୍ରୀ
Subhadra Yojana ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆବର୍ଷରେ ଏକାଥରେ 2ଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ନୂଆ ଯୋଡି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରକେ 2ଟି କିସ୍ତିର ଟଙ୍କା ଟ୍ରାନ୍ସଫର ହେବ । 2ଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନା:
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନା ପାଇଁ ଏବେ ଆମେ ଏକ ପୋର୍ଟାଲ ଖୋଲିଛୁ । ଯାହାକୁ 21 ବର୍ଷ ହେଲା, ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲରେ ସଂଯୋଗ କରୁଛୁ । ଏହାସହ NFSA ବା SFSSର ତଥ୍ୟ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଯେଉଁମାନେ ନୂଆରେ ଯୋଡି ହେଉଛନ୍ତି ସେମାନଙ୍କୁ ଏକାଥରେ 2ଟି କିସ୍ତିର ଟଙ୍କା ଦିଆଯିବ । ଏହି ଦୁଇ କିସ୍ତି ଏକାଥରେ ଦେବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ଆମେ ଏ କାର୍ଯ୍ୟକୁ ତ୍ବରାନ୍ବିତ କରୁଛୁ । ଯେଉଁମାନେ କିଛି ପାଇ ନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆ ବର୍ଷ ଆସୁ ଆସୁ ସେ ଅଭିଯୋଗ ଆଉ ରହିବ ନାହିଁ । ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ ।"

ତେବେ ସୁଭାଦ୍ରା ଯୋଜନାରେ 17 ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡି ହୋଇଛନ୍ତି । 17,83,251 ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡା ଯାଇଛି । ସେହିପରି 9,36,283 ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ 295 କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି ।
ଜେଣ୍ଡର ରେସ୍ପନସିଭ୍ ସେଲ୍:
ସେପେଟେ ଭୁବନେଶ୍ବର ସ୍ଥିତ କୃଷି ଭବନରେ ଉନ୍ନୋଚିତ ହୋଇଛି ଜେଣ୍ଡର ରେସ୍ପନସିଭ୍ ସେଲ୍ (Gender Responsive Cell) । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କକନକ ବର୍ଦ୍ଧନ ସିଂଦେଓ ଓ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଜେଣ୍ଡର ରେସ୍ପନସିଭ୍ ସେଲ୍ର ଉଦ୍ଘାଟନ କରାଯାଇଛି । ଏହି ସେଲ୍ ମହିଳାମାନଙ୍କ ତାଲିମ, ବଜାର ସଂଯୋଗୀକରଣ, ଋଣ ପ୍ରଦାନ ଏବଂ ଅନ୍ତ୍ୟୋଦୟ ବିକାଶ ଆଦିରେ ସହାୟକ ହେବ । ଯାହାକି ମହିଳାଙ୍କ ନେତୃତ୍ୱରେ ବିକାଶ ପାଇଁ ଏକ ସୁଦୃଢ଼ ମଡେଲ୍ ସାଜିବ । ମିଲେଟ୍ ଚାଷ ଏବଂ ପ୍ରକ୍ରିୟାକରଣରେ ୭୫%ରୁ ୮୦% ଭାଗ ମହିଳାମାନେ ହିଁ ଜଡ଼ିତ ଥିବାରୁ ଏହି ସେଲ୍ ଓଡ଼ିଶାର ମିଲେଟ୍ ବିପ୍ଲବକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।












Click it and Unblock the Notifications