ମାର୍ଚ୍ଚ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି: ପ୍ରଭାତୀ ପରିଡ଼ା

ମାର୍ଚ୍ଚ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ।

ସୁଭଦ୍ରା ଦୀପ ଜାଳିବେ ମହିଳା । ସୁଭଦ୍ରା ଦୀପ ଜାଳିବାକୁ ଆହ୍ବାନ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ତାରିଖ ସନ୍ଧ୍ୟାରେ ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ ଜାଳନ୍ତୁ' । ଯାହା ଘରେ ଯେତେ ସୁଭଦ୍ରା ଅଛନ୍ତି, ସେତିକି ଦୀପ ଜାଳନ୍ତୁ' । ସୁଭଦ୍ରା ହିତାଧିକାରୀ କୋଟିଏ ଟପିଥିବାରୁ, କୋଟିଏ ଦୀପ ଜାଳନ୍ତୁ' ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ବାନ ଦେଇଛନ୍ତି ।

ଆକାଉଣ୍ଟକୁ ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପାଖାପାଖି ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିବା ନେଇ ପ୍ରାଥମିକ ଭାବରେ ସୂଚନା ମିଳିଛି ।

subhadra yojan

ଦିନ ୧୨.୩୦ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଏହାସହ ଆଉ ଦିନକ ପରେ ପୁଣି ଥରେ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା ମିଳିବ ।

ସେପଟେ, ଏହିମାସ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ରାଜ୍ୟ ସରକାର । ସୂଚନା ଅନୁସାରେ, ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବାର ବ୍ୟବସ୍ଥା ହୋଇଛି । ପୂର୍ବ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତିର ଟଙ୍କା ଅର୍ଥାତ୍‌ ୧୫ ହଜାର ଟଙ୍କା ।

ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡି ହୋଇ ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ କାର୍ଯ୍ୟକ୍ରମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+