ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ହେଲେ ବଢୁଛି ଦୁର୍ଦ୍ଦଶା
Odisha flood news:ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ହେଲେ ବଢୁଛି ଦୁର୍ଦ୍ଦଶା
ବାଲେଶ୍ୱର: ଖସୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର ହେଲେ ବଢୁଛି ଦୁର୍ଦ୍ଦଶା । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ବି ଜଳମଗ୍ନ ହୋଇ ରହିଛି । ବାଲେଶ୍ୱର ଜିଲ୍ଲାର ୧୭୦ରୁ ଅଧିକ ଗାଁ ପାଣିଘେରରେ ରହିଥିବା ସୂଚନା ରହିଛି । ସେହିପରି ହଜାର ହଜାର ହେକ୍ଟର ଜମିର ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ବାଲିଆପାଳ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇପଡ଼ିଛି । ବନ୍ୟା ପାଣିରେ ଗାଁରେ ମାଡ଼ିଯାଇଛି ପଟୁ ମାଟି ।

ସେହିପରି ବାଲିଆପାଳ ବ୍ଲକର ୩୦ରୁ ଅଧିକ ଗାଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି । ପାଣିରେ ବୁଡ଼ି ରହିଛି ରାସ୍ତା ଫଳରେ ଯାତାୟାତ ବନ୍ଦ ରହିଛି। ସେହିପରି ଆଜି ମଧ୍ୟ ଜଳେଶ୍ୱର ବ୍ଲକର ୪୦ ଗାଁ ପାଣିଘେରରେ ରହିଥିଲା । ବ୍ଲକର ବାଇଗଣବାଡ଼ିଆ, ପଶ୍ଚିମବାର୍ଡ, ଖାଲିନା, ଝାଡପିପଳ, ରାୟା ରାମଚନ୍ଦ୍ରପୁର, ଗଡ଼ସାହି ବାଲିଆପାଳ, ପାଇକସିଦା ପଞ୍ଚାୟତର ଗାଁ ପାଣିଘେରରେ ରହିଥିବାବେଳେ ୧୬ଟି ଗାଁର ସ୍ଥିତି ଏବେ ସଙ୍ଗୀନ ରହିଛି । ସେପଟେ ଭୋଗରାଇ ବ୍ଲକରେ ପ୍ରାୟ ଶହେ ଗାଁ ପାଣି ମାଡିଯାଇଛି । ତେବେ ଏପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ସମସ୍ତ ସହାୟତା ଯୋଗାଇ ଦେଉଛି । ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି ।












Click it and Unblock the Notifications