କମିଲା ସୁବର୍ଣ୍ଣରେଖା ଜଳସ୍ତର: କମିନି ବନ୍ୟା ବିତ୍ପାତ, ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ

କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ । ସବୁଠି ଏଇ ସମାନ ଚିତ୍ର। ୩ଟି ଯାକ ବ୍ଲକର ଶତାଧିକ ଗାଁରେ ବନ୍ୟାସ୍ଥିତି ଏବେବି ଗମ୍ଭୀର । ଭୋଗରାଇ ବ୍ଲକ୍ କୁସୁଡ଼ା ଗାଁ। ଜଳମଗ୍ନ ଘରଦ୍ୱାର, ରାସ୍ତାରେ ଚାଲୁଛି ଭେଳା। ଜଳବନ୍ଦୀ ଗାଁଗୁଡ଼ିକ ପାଇଁ ଭେଳା, ଦେଶୀ ଡଙ୍ଗା ଓ ସରକାରୀ ପାୱାର ବୋଟ୍ ଆଦି ଯାତାୟାତର ଏକମାତ୍ର ମାଧ୍ୟମ। ତେବେ ଏଥିରେ ବହୁ ମହିଳା ଓ ଶିଶୁ ଜ୍ୱରରେ ପୀଡ଼ିତ ହୋଇ ହସ୍ପିଟାଲକୁ ବିପଦସଂକୁଳ ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ଦିନେ ଦୁଇଦିନ ଭିତରେ ଜଳସ୍ତର କମିଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ତେବେ ଆଜି ବିପଦ ସଂକେତ ତଳକୁ ଖସିଛି ସୁବର୍ଣ୍ଣରେଖା । ବିପଦ ସଂକେତ ୧୦.୩୬ମି ଥିବା ବଳେ ବର୍ତ୍ତମାନ ଜଳସ୍ତର ୧୦.୦୯ମି ରହିଛି । ଯାହାର ପ୍ରଭାବରେ ବାଲେଶ୍ବରର ଜଳବନ୍ଦୀ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଜଳ ପରିମାଣ କମିଥିବା ଦେଖିବାକୁ ମିଳିଛି । ହେଲେ ଏବେ ବାଲେଶ୍ବର ସ୍ଥିତି ସୁଧୁରିନି । ଉପରମୁଣ୍ଡରେ ଅଧିକ ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍ ଗାଲୁଡିହି ବ୍ୟାରେଜ ଗେଟ୍ ଖୋଲିବା ଯୋଗୁଁ ଏବେ ବି ଜଳବନ୍ଦୀ ସ୍ଥିତି ବଜାୟ ରହିଛି। ବାଲେଶ୍ବର ଜଳେଶ୍ବର ସମେତ ୪ଟି ବ୍ଲକ ବାଲିଆପାଳ, ଭୋଗରାଇ, ବସ୍ତା ଓ ସଦର ବ୍ଲକର ୩ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ପାଣି ଘେରରେ ରହିଛି।

subarnarekha river water

ଗତ ୪ ଦିନ ଏବେ ବନ୍ୟା ବିତ୍ପାତରେ ଦୁର୍ବିସହ ହୋଇପହିଛି ଜନଜୀବନ । ପାଣି ଟିକେ କମିବାରୁ ବାହାରକୁ ଯାଇ ଲୋକେ ଖାଇବା କିଣି ଖାଉଛନ୍ତି । କିନ୍ତୁ ବନ୍ୟାଜଳରେ ନଳକୂପ ବୁଡିଯାଇଥିବାରୁ ପାଣିର ଘୋର ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷରେ ପାଣି ଘେରରେ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥିବାରୁ ଏହା ମଧ୍ୟ ଏବେ ଚିନ୍ତାର କାରଣ ହୋଇଛି । ବିଭିନ୍ନ ଡଙ୍ଗା ଓ ବୋର୍ଟ ମାଧ୍ୟମରେ ଲୋକେ ବିପଦଶଙ୍କୁଳ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ଆଗାମୀ ଦୁଇ ଦିନ ମଧ୍ୟରେ ଜଳସ୍ତର କମିଯିବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+