ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜେନେରାଲ ମ୍ୟାନେଜର

ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର) ବିପିନ କୁମାର ଦେହୁରୀଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ। ଲୋନ୍ ମଞ୍ଜୁର କରି ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ସେ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ,
ସୂଚନା ଅନୁସାରେ ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ।

ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ ଏବଂ ଶ୍ରୀ ଦେହୁରୀଙ୍କୁ ଜାଲରେ ପକାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା।

Subarnapur DIC General Manager

ପୂର୍ବ ଯୋଜନା ଅନୁସାରେ ଅନିଲ ଶନିବାର ସାଧାରଣ ପରିଚାଳକଙ୍କ ପ୍ରକୋଷ୍ଠକୁ ଆସିଥିଲେ। ସେ ସାଧାରଣ ପରିଚାଳକଙ୍କୁ ରାସାୟନିକ ପ୍ରେଲେପ ଦିଆ ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଦେହୁରୀ ଉକ୍ତ ଟଙ୍କାକୁ ଏକ ପେପରରେ ଗୋଡାଇ ରଖିଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର କର୍ମଚାରୀ ଦେହୁରୀଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ୧୦ଟି ୫୦୦ଟଙ୍କିଆ ନୋଟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନଙ୍କ ନେତୃତ୍ୱରେ ଟିମ୍‌ ସୁବର୍ଣ୍ଣପୁର ଅଫିସ ଓ ଭଡା ଘରେ ଚଢାଉ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+