ଫୁଲୁଛି ସୁବର୍ଣ୍ଣରେଖା: ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର
ଫୁଲୁଛି ସୁବର୍ଣ୍ଣରେଖା । ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ତେବେ ଜଳସ୍ତର ଏବେ ସତର୍କ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି । ଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା ଦେଖା ଦେଇଛି।
ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡି ଯାଇଥିଲା। ବନ୍ୟା ପାଣି ଚାଷଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।













Click it and Unblock the Notifications