ପର କରିଦେଲା ପରିବାର ! ମଣିଷପଣିଆ ଦେଖାଇଲେ ଉପଜିଲ୍ଲାପାଳ
ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶବ ଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।
ଭଞ୍ଜନଗର: ଯେତେ ବି ବଡ ପଦବୀରେ ରହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି । କରୋନା ସମୟରେ କ୍ରୃର ହୋଇଯାଉଥିବା ମଣିଷ ମଧ୍ୟରେ ବେଳେବେଳେ ଏପରି ଦୃଶ୍ୟ ସାମ୍ନାକୁ ଆସେ ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟେ । ଏହିଭଳି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ । ସେ ଆଉ କେହି ନୁହଁନ୍ତି, ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ।

ବର୍ତ୍ତମାନ ସମୟରେ ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଠି କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧରେ ମୃତ୍ୟୁ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି । ଗତ ମଙ୍ଗଳବାର ରାତିରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସିରେ । ଭଞ୍ଜନଗର ଲଣ୍ଡେଇ ସାହି ବାସିନ୍ଦା କାଳୀ ଚରଣ ସାହୁ, ବୟସ 65 ବର୍ଷ କୋଭିଡ ସଂଦିଗ୍ଧରେ ମୃତ୍ୟୁପରେ ପରିବାର ଲୋକ ଯଥା ସ୍ତ୍ରୀ, ଝିଅ, ବୋହୁ ଶବ ନେବାକୁ ମନା କରିଦେଇଥିଲେ । ଶବ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଉପଜିଲ୍ଳାପାଳ ରାଜେନ୍ଦ୍ର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହିତ ଶବ ଉଠେଇବା ସହ ସହରର ଶେଷ ଭାଗରେ ଥିବା ଶ୍ମସାନରେ ରାତ୍ର ପ୍ରାୟ 12.30 ମିନିଟ ସମୟ ରେ ଶବ ଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।
ପରିବାର ବର୍ଗ କରୋନା ସନ୍ଦେହ କରି ଶବ ପାଖକୁ ଯାଇ ନ ଥିବା ବେଳେ ଖୋଦ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟର ରାଜସ୍ବ ସହାୟକ ଯେଉଁ ଭଳି ଭାବେ ପରିଚୟ ଦେଇଛନ୍ତି ତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଉପଜିଲ୍ଲାପାଳଙ୍କ ଏହି ମଣିଷପଣିଆ ଦେଖି ଅଞ୍ଚଳବାସୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ମୃତ କାଳୀଙ୍କ ଭଉଣୀ ମଧ୍ୟ ବର୍ତ୍ତମାନ ଡିସିଏଚସିରେ ଚିକିତ୍ସିତ ଥିବା ସୂଚନା ରହିଛି । ଉପଖଣ୍ଡ ଡାକ୍ତରଖାନାର ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ ରାତିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ବୋଲି ଜଣାପଡିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications