ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ : ଉଚ୍ଚଶିକ୍ଷା ମନ୍ତ୍ରୀ

ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ | ବାହ୍ୟ ଶକ୍ତି କିମ୍ବା ଅନ୍ତ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ | ଉଚ୍ଚଶିକ୍ଷା ବିଭାଗରେ ଏପରି ପଦକ୍ଷେପ ନିଆଯିବ | ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ | ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ସେବା ପାଇଁ ଆଗ୍ରହ ଅଛି | ଏବେ ସେହି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Higher Education Minister

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା Civil Defence ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷକରି ଯୁବ ସମାଜକୁ ଆହ୍ବାନ କରୁଛି । ଯୁବ ସମାଜ ହିଁ ଆମ ଆଶା, ଭରଷା ଓ ଶକ୍ତିର ପ୍ରତୀକ ।

ଇଚ୍ଛୁକ ସ୍ବେଚ୍ଛାସେବୀମାନେ ଜିଲା ସ୍ତରରେ ଜିଲାପାଳଙ୍କୁ ଆବେଦନ କରିପାରିବେ। ଜିଲାପାଳ ହେଉଛନ୍ତି ଜିଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆବଶ୍ୟକ ହେଲେ ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ Civil Defence ସଙ୍ଗଠନ କାର୍ଯ୍ୟ କରୁଛି । ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ, ବିଶେଷକରି ଯୁବ ବର୍ଗ, ଏଥିପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+