ସେପ୍ଟେମ୍ବରରେ ୨୫ ବା ୨୬ରେ ଛାତ୍ର ସଂସଦ ନିର୍ବାଚନ ! ପ୍ରାର୍ଥୀ ହେବା ପାଇଁ କେଉଁ କେଉଁ ଯୋଗ୍ୟତା ଆବଶ୍ୟକ ? କେଉଁ ନିୟମ ମାନିବେ ?

ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ସେପ୍ଟେମ୍ବର ତୃତୀୟ ସପ୍ତାହରେ ନିର୍ବାଚନ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ। ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବ˚ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

Students union elections on September 25th or 26th

ସେହିପରି ଆମେ ଯଦି ଦେଖିବାବସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ 'ମୁଁ କାହିଁକି ପ୍ରାର୍ଥୀ ହୋଇଛି' ବୈଠକ ଅନୁଷ୍ଠିତ ହେବ। ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି।

ଟିଭି ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୬, ନ ହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

କିଏ ହୋଇପାରିବେ ପ୍ରାର୍ଥୀ? କେଉଁ ନିୟମ ମାନିବାକୁ ପଡ଼ିବ?

  • ଲିଙ୍ଗ୍‌ଡୋ କମିସନଙ୍କ ନିୟମ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ
  • ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ହୋଇଥିବା ଦରକାର
  • ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି
  • ପ୍ରାର୍ଥୀ ହେବା ପାଇଁ କ୍ଲାସରୁମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ନିତାନ୍ତ ଆବଶ୍ୟକ
  • ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନଥିବା ଆବଶ୍ୟକ
  • କୌଣସି ରାଜନୈତିକ ଦଳରୁ କେହି ପ୍ରାର୍ଥୀ ହୋଇପାରିବେ ନାହିଁ
  • କ୍ୟାମ୍ପସ୍‌ରେ ଗଣ୍ତଗୋଳ ହେଲେ ନିର୍ବାଚନକୁ ବାତିଲ୍‌ କରିପାରିବେ କଲେଜ କର୍ତ୍ତୃପକ୍ଷ
  • ବଜାର ଦର ବଢ଼ୁଥିବାରୁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତାବ ରହିଛି
  • ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବରୁ ୫ ହଜାର ଟଙ୍କା ରଖାଯାଇଥିଲା
  • ଏଥର ତାହାକୁ ୧୦ କିମ୍ବା ୨୦ ହଜାର ଟଙ୍କା କରାଯାଇପାରେ
  • ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର୍‌ ଲଗାଇପାରିବେ ନାହିଁ
  • ବ୍ୟାନର୍‌ ଲଗାଇବା ଲାଗି କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବେ
  • ପ୍ରଚାରରେ ଡାକବାଜି ଯନ୍ତ୍ର, ଗାଡ଼ି ଓ ଜୀବଜନ୍ତୁ ବ୍ୟବହାର ହେବ ନାହିଁ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+