For Quick Alerts
Turn On Notification  
For Daily Alerts
Oneindia App Download

ମାଟ୍ରିକ ପରୀକ୍ଷାଫଳ ବାହାରିବା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ

ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ । ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି । ଗଞ୍ଜାମରୁ ଆସିଛି ଏପରି ଏକ ଦୁଃଖଦ ଘଟଣା ।

|

ବ୍ରହ୍ମପୁର: ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଜୀବନ ହାରିଲେ ଛାତ୍ରୀ । ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି । ଗଞ୍ଜାମରୁ ଆସିଛି ଏପରି ଏକ ଦୁଃଖଦ ଘଟଣା ।

suuicide

ଗଞ୍ଜାମ ଦିଗପହଣ୍ଡି ଏନ୍ଏସି ରାଣୀସାହିର କଳ୍ପନା ଜେନା ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ ଏହି ଛାତ୍ରୀ କଳ୍ପନା । ଚଳିତ ଥର ସେ ମାଟ୍ରିକ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ଫଳ ବାହାରିବା ପୂର୍ବରୁ ହିଁ ସେ ଜୀବନ ହାରିଦେଲେ। ପରିବାର ଲୋକଙ୍କ କହିବା ଅନୁସାରେ ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ କଳ୍ପନା କିରୋସିନ ଧରି ଘରେ ପଶି କବାଟ ଦେଇଦେଇଥିଲେ । ଏହାପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।

ପରିବାର ଲୋକେ ଘର ଭିତରେ ନିଆଁ ଜଳୁଥିବା ଦେଖି ପରିବାର ଲୋକ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେତେବେଳକୁ କଳ୍ପନାଙ୍କ ଶରୀର ପ୍ରାୟ ଅଂଶ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଫଳରେ ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The girl students lost their lives before the matriculation regiment came out. He committed suicide by pouring kerosene on his body. Such a tragedy has come from Ganjam.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X