For Quick Alerts
Turn On Notification  
For Daily Alerts
Oneindia App Download

ଜୁଲାଇ 11ରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀ କରିପାରିବେ ଆବେଦନ : ଗଣଶିକ୍ଷା ମନ୍ତ୍ରୀ

ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ 5 ଲକ୍ଷ 26ହଜାର 818 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 5 17,847ପାସ୍‌ କରିଥିବା ବେଳେ ଫେଲ୍ ହୋଇଛନ୍ତି 8699ଛାତ୍ରଛାତ୍ରୀ । ଖାତା ରିଚେକିଂ ପାଇଁ ଆଉ 4 ଦିନ ପରେ ଆବେଦନ କରିପାରିବେ।

|

ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ 5 ଲକ୍ଷ 26ହଜାର 818 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 5 17,847ପାସ୍‌ କରିଥିବା ବେଳେ ଫେଲ୍ ହୋଇଛନ୍ତି 8699ଛାତ୍ରଛାତ୍ରୀ । ତେବେ ଖାତା ରିଚେକିଂ ପାଇଁ ଆଉ 4 ଦିନ ପରେ ଛାଚ୍ରଛାତ୍ରୀ ଆବେଦନ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।

minister
କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଅପରାହ୍ନ ଗୋଟାଏ ବେଳେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି। ଦୁଇବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା ହୋଇଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ଚଳିତ ବର୍ଷର ମାଟ୍ରିକ ଫଳ ବାହାରିବା ପରେ ଛାତ୍ରଙ୍କୁ ପଛରେ ପକାଇ ଆଗୁଆ ରହିଛନ୍ତି ଛାତ୍ରୀ ।

ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ବହୁ ଚେଷ୍ଟା କରାଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ। ଏହାସତ୍ତ୍ୱେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। ଏଥିନିମନ୍ତେ ଛାତ୍ରଛାତ୍ରୀମାନେ ଜୁଲାଇ 11 ରୁ25ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The matriculation test results were released today. This year, 5 lakh 26 thousand 818 students appeared for the examination. Out of them, 5 passed 17,847 while 8699 students failed. However, the minister said that the students can apply for account rechecking after another 4 days.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X