ଜୁଲାଇ 11ରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀ କରିପାରିବେ ଆବେଦନ : ଗଣଶିକ୍ଷା ମନ୍ତ୍ରୀ
ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ 5 ଲକ୍ଷ 26ହଜାର 818 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 5 17,847ପାସ୍ କରିଥିବା ବେଳେ ଫେଲ୍ ହୋଇଛନ୍ତି 8699ଛାତ୍ରଛାତ୍ରୀ । ଖାତା ରିଚେକିଂ ପାଇଁ ଆଉ 4 ଦିନ ପରେ ଆବେଦନ କରିପାରିବେ।
ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ 5 ଲକ୍ଷ 26ହଜାର 818 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 5 17,847ପାସ୍ କରିଥିବା ବେଳେ ଫେଲ୍ ହୋଇଛନ୍ତି 8699ଛାତ୍ରଛାତ୍ରୀ । ତେବେ ଖାତା ରିଚେକିଂ ପାଇଁ ଆଉ 4 ଦିନ ପରେ ଛାଚ୍ରଛାତ୍ରୀ ଆବେଦନ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ବହୁ ଚେଷ୍ଟା କରାଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ। ଏହାସତ୍ତ୍ୱେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। ଏଥିନିମନ୍ତେ ଛାତ୍ରଛାତ୍ରୀମାନେ ଜୁଲାଇ 11 ରୁ25ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ ।












Click it and Unblock the Notifications