କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ
୧୬ ବର୍ଷରୁ କମ୍ ବୟସର ପିଲା କୋଚିଂ ସେଂଟର ଯାଇପାରିବେନି । ଏ ସଂପର୍କରେ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି । ଯାହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ ।
ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଯାଇପାରିବେ କୋଚିଂ ସେଂଟର । ଭଲ ରାଙ୍କ ମିଳିବାର ଗ୍ୟାରେଂଟି ଦେଇପାରିବେନି କୋଚିଂ ସେଂଟର । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇ ପାରିବେନି ବିଭ୍ରାନ୍ତିକର ପ୍ରତିଶ୍ରୁତି । ଅଣଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋଚିଂ ସେଂଟର ଦେଇପାରିବେନି ନିଯୁକ୍ତି ।

ବିନା ସ୍ୱୀକୃତିରେ କୋଚିଂ ସେଂଟର ଖୋଲି ପ୍ରଚୁର ଟଙ୍କା ଆଦାୟ କରାଯାଉଛି । ଅକୃତକାର୍ଯ୍ୟ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଲି ଚରମ ପଦେକ୍ଷପ ନେଉଛନ୍ତି । ତେଣୁ ନିୟମ ନମାନିଲେ ଜୋରିମାନା ବ୍ୟବସ୍ଥା କରାଯାଇଛି ।
୧ ଲକ୍ଷ ଟଙ୍କା ଯାଏଁ ଜରିମାନା କିମ୍ବା ପଞ୍ଜିକରଣ ବାତିଲ ହୋଇପାରେ ।ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଂଟର । କେନ୍ଦ୍ରର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର ।












Click it and Unblock the Notifications