ସ୍କୁଲ୍ ମିଶ୍ରଣକୁ ବିରୋଧ କରି ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଧାରଣାରେ ଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର : ସ୍କୁଲ୍ ମିଶ୍ରଣକୁ ଛାତ୍ରୀଙ୍କ ବିରୋଧ । ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ। ନିକଟସ୍ଥ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ଯୋଜନାକୁ ବିରୋଧ କରି ପଡ଼ିଛି ତାଲା।

ଆଜି ସକାଳୁ ଉଭୟ ଅଭିଭାବକ ଓ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ତାଙ୍କ ଭିତରୁ ଏକାଧିକ ଛାତ୍ରୀ ବେହୋସ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଦୁଇ ଦିନ ତଳେ ରମାଦେବୀର ଦ୍ଵିତୀୟ କ୍ୟାମ୍ପସ ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଆଉ ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ସ୍କୁଲରେ ମିଶିବ ବୋଲି ପଦକ୍ଷେପ ନେଲେଣି।

school_protest

ତେଣୁ ଏହାକୁ ବିରୋଧ କରି ତୀବ୍ର ଆନ୍ଦୋଳନ ଦେଖା ଦେଉଛି। ପିଲାମାନେ ଏହି ସ୍କୁଲ ଛାଡ଼ି କୁଆଡେ ଯିବେନି ବୋଲି ରୋକ୍ ଠୋକ ମନା କରି ଦେଇଛନ୍ତି। ଏହା ସହ ଅଭିଭାବକ ମାନେ ବି ଗଣଶିକ୍ଷା ବିଭାଗରୁ କେହି ନ ଆସିଲେ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି।

ଆମ ସ୍ମୃତି ଏଠାରେ ଯୋଡ଼ି ହୋଇ ଅଛି। ଆମେ ଏଠାରେ ସୁରକ୍ଷିତ ବୋଲି ଛାତ୍ରୀମାନେ କହିଛନ୍ତି। ସେପଟେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ସରକାରଙ୍କ ଉପରେ ବର୍ଷିଛନ୍ତି। ମହତାବ ଏହି ସ୍କୁଲ କରିଥିଲେ ଏହାକୁ କେହି ମିଶ୍ରଣ କରିପାରିବେ ନାହିଁ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+