Get Updates
Get notified of breaking news, exclusive insights, and must-see stories!

ଛାତ୍ର ସଂସଦ ନିର୍ବାଚନ ; ବାଦ୍‌ ପଡ଼ିବ ଏଫ୍‌ଏମ କଲେଜ !

ଚଳିତ ବର୍ଷ କଲେଜମାନଙ୍କର ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଯଦି ନିର୍ବାଚନ ହେବ, ତେବେ ବିଗତ ବର୍ଷା ଭଳି ଏହା ଦୁର୍ଗା ପୂଜା ପୂର୍ବରୁ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ କଲେଜରେ ଛାତ୍ର ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ସହ ଖସଡ଼ା ପ୍ରସ୍ତୁତ ଆରମ୍ଭ କଲେଣି।

ଯଦି ନିର୍ବାଚନ ହୁଏ, ତା'ହେଲେ ଛାତ୍ରୀ ଆତ୍ମାହୁତି ଯୋଗୁଁ ଅଭାବନୀୟ ସ୍ଥିତି ଉପୁଜିଥିବା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ କର୍ତ୍ତୃପକ୍ଷ କି ନିଷ୍ପତ୍ତି ନେବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Student union Elections FM College will be boycotted

ସାଧାରଣତଃ ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳର ପରୋକ୍ଷ ସମ୍ପୃକ୍ତି ରହିଥାଏ। କ୍ୟାମ୍ପସ୍‌ ବାହାରେ ରହି ମଧ୍ୟ ସ୍ଥାନୀୟ ରାଜନେତା ନିର୍ବାଚନକୁ ପରିଚାଳନା କରିବା କିଛି ନୂଆ କଥା ନୁହେଁ। ଏମିତିକି ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପାଇଁ ବିଭିନ୍ନ ଦଳର ରାଜନେତା ଅଣଛାତ୍ରଙ୍କୁ କ୍ୟାମ୍ପସ୍‌କୁ ପଠାଇ ଗଣ୍ଡଗୋଳ ସ୍ଥିତି ସୃଷ୍ଟି କରିବାର ନଜିର ବି ରହିଛି। ଏମିତିକି ଛାତ୍ରଛାତ୍ରୀଙ୍କୁ ନିର୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ ବାଧ୍ୟ କରିଥା'ନ୍ତି। ଏଭଳି ସ୍ଥିତିରେ କ୍ୟାମ୍ପସ୍‌ରେ ନିଯୁକ୍ତ ନିରାପତ୍ତାରକ୍ଷୀ ବା ସୁରକ୍ଷାକର୍ମୀଙ୍କ ଦ୍ବାରା କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ ଚିହ୍ନଟ ସହ ସେମାନଙ୍କୁ ବାହାର କରିଥା'ନ୍ତି। ସେଥିପାଇଁ ଅଧିକରୁ ଅଧିକ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି। ମାତ୍ର ଏକ୍ଷେତ୍ରରେ ଏଫ୍‌ଏମ କଲେଜ ପଛରେ ରହିଛି।

ସବୁଠାରୁ ବଡ଼ କଥା ହେଲା, ୫/୭ ଜଣ ଆଉଟସୋର୍ସିଂ ବା ଠିକା ସଂସ୍ଥାର ସୁରକ୍ଷାକର୍ମୀ ଫକୀର ମୋହନ କଲେଜ କ୍ୟାମ୍ପସରେ ନିର୍ଦିଷ୍ଟ କେତେକ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଯଦି ଅଧିକ ସୁରକ୍ଷାକର୍ମୀ ଥା'ନ୍ତେ, ତାହେଲେ ଗତ ୧୨ ତାରିଖରେ ଛାତ୍ରୀ ଆତ୍ମାହୁତି ଭଳି ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ନିର୍ବାଚନ ହେଲେ, ଶୃଙ୍ଖଳିତ ଭାବେ ଏହାର ସମସ୍ତ ପ୍ରକ୍ରିୟା ପରିଚାଳନା କରିବା ମଧ୍ୟ କଷ୍ଟକର ବ୍ୟାପାର ହେବ ବୋଲି ଏବେଠାରୁ ଆଶଙ୍କା ଦେଖାଗଲାଣି। ଛାତ୍ରୀ ଆତ୍ମାହୁତି ପରେ କ୍ୟାମ୍ପସ୍‌ରେ ସ୍ବାଭାବିକ ସ୍ଥିତି ଫେରିନି। ଏହା ସତ୍ତ୍ବେ ବି କେତେକ ଛାତ୍ର ସଂଗଠନ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଆରମ୍ଭ କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ତେବେ ଏନେଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ କୁମାର ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ନିର୍ବାଚନ କରାଇବା ଓ ବନ୍ଦ କରିବା କ୍ଷମତା କଲେଜ କର୍ତ୍ତୃପକ୍ଷଙ୍କ ହାତରେ ନାହିଁ ବୋଲି କହିଛନ୍ତି। କ୍ୟାମ୍ପସ୍‌ର ସ୍ଥିତି ସମ୍ପର୍କରେ ସରକାରଙ୍କୁ ଜଣାଇବା ଆମର କାମ। ଆବଶ୍ୟକସଂଖ୍ୟକ ସୁରକ୍ଷାକର୍ମୀ ବାବଦରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯଦି ସମଗ୍ର ରାଜ୍ୟରେ କଲେଜ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଏ, ସେତେବେଳର କଲେଜ ସ୍ଥିତି ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ଚେଷ୍ଟା କରାଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+