ହେବନି ଛାତ୍ର ସଂସଦ ନିର୍ବାଚନ: ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ଏ ନେଇ କିଛି ଉଲ୍ଲେଖ ହୋଇନି
ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ଏ ନେଇ କିଛି ଉଲ୍ଲେଖ ହୋଇନାହିଁ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଜାରି କରିଛି । ତେବେ ଏଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ଉଲ୍ଲେଖ ହୋଇନାହିଁ । ଯେଉଁଥିରେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲ୍ଲେଖ ହୋଇ ନାହିଁ ।
ତେବେ ଏହାରି ଭିତରେ ଚଳିତ ବର୍ଷ ନିର୍ବାଚନ ହେବ ନାହଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ଛାତ୍ର ସଙ୍ଗଠନ ତରଫରୁ ନିର୍ବାଚନ ନେଇ ଦାବି ହେଉଛି । ଶେଷ ତରଫରୁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ।

୨୦୧୭ରେ ହୋଇଥିବା ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ( BCJD ) ସବୁଠାରୁ ଅଧିକ କ୍ୟାମ୍ପସରେ ବିଜୟ ହୋଇଥିଲା । ସେହିପରି ଏବିଭିପି ଓ ଛାତ୍ର କଂଗ୍ରେସ ବି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ କ୍ୟାମ୍ପସରେ ଜିତିଥିଲେ ।
ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ ଦିନ ଛୁଟି ରହିଛି । ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିଛି ।
୨୦୧୮ ନିର୍ବାଚନ ପୂର୍ବ ଦିନ ବାତ୍ୟା ହେବାରୁ ନିର୍ବାଚନ ରଦ୍ଦ କରାଯାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନ ହେବେ ବୋଲି ଦାବି ହୋଇଥିଲା । ତେବେ ସରକାରଙ୍କ ନୋଟିସରେ ନିର୍ବାଚନ ନେଇ କିଛି ନାହିଁ ।
ଉଚ୍ଚଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ୟୁଜି, ପିଜିର ପରୀକ୍ଷା ସହ ସେମିଷ୍ଟର ପରୀକ୍ଷା ଫଳ, ଆଲୁମୁନି ମିଟଠୁ ନେଇ ସ୍ପୋର୍ଟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ତାରିଖ ନିର୍ଦ୍ଧାରିତ କରାଯାଇଛି ।
ଦୁର୍ଗାପୂଜା ଓ ଏକ୍ସ ମାସ ଛୁଟି ପାଇଁ ଖସଡ଼ା ପ୍ରସ୍ତୁତି ହୋଇଛି । ହେଲେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ନାହିଁ । କୋଭିଡ, ନିର୍ବାଚନୀ ହିଂସା, ଛାତ୍ର ଅଶାନ୍ତି ଦେଖାଇ ୨୦୧୭ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା ।












Click it and Unblock the Notifications