ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଛାତ୍ରୀ ; କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦେଇଥିଲେ ଧାରଣା
ବାଲେଶ୍ବରର ଫକୀର ମୋହନ କଲେଜ ପରିସରରେ ଅଘଟଣ । ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଲେଜର ଜନୈକ ଛାତ୍ରୀ । ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ ।

କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଛାତ୍ରୀ । ଏହି ଘଟଣାରେ ଛାତ୍ରୀଙ୍କ ୯୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ବାଲେଶ୍ବର ଏଫ୍ଏମ୍ ଘଟଣାରେ ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଆତ୍ମାହୁତୀ ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇ ଆଣିଲେ ଅଭିଯୋଗ ।
ଫେବର ମାଗୁଥିଲେ, ନହେଲେ ଫେଲ୍ କରିଦେବେ କହୁଥିଲେ।
ପାସ୍ ଆଉଟ୍ କରିଦିଆ ଯିବନି କହି ନିର୍ଯାତନା ଦେଉଥିଲେ କହିଲେ ସହପାଠୀ। ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଲେ। ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ। ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଅଭାବନୀୟ ଘଟଣା। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର। ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍ରେ ଭର୍ତ୍ତି।
ବାଲେଶ୍ବର ଏଫ୍ଏମ୍ ଘଟଣାରେ ବଢ଼ୁଛି ଅଭିଯୋଗ। ପ୍ରିନ୍ସିପାଲ ଅଫିସ୍କୁ ଦେଖା କରିବାକୁ ଯାଇଥିଲେ କହିଲେ ସହପାଠୀ।
ଆଉ ଫେରିଲା ମାତ୍ରେ ଚାମ୍ବର ସମ୍ମୁଖରେ ଜଳୁଥିବା ଦେଖିଲୁ।
ହେଲେ ତମାମ ଅଫିସ୍ କର୍ମଚାରୀ ଥିଲେ ବି ବଞ୍ଚାଇବାକୁ ଚେଷ୍ଟା କଲେନି । ସାମାନ୍ୟତମ ମାନବିକତା ବି ଦେଖାଇଲେନି ଅଭିଯୋଗ କଲେ।
ଆମେ ଦୌଡ଼ି ଯାଇ ସାର୍ଟ ଖୋଲି ଲିଭାଇବାକୁ ଚେଷ୍ଟା କଲୁ। ମାତ୍ର ସେତେବେଳକୁ ପୂରା ଶରୀରରେ ନିଆଁ ଲାଗି ଯାଇଥିଲା ।
ଛାତ୍ରୀ ଜଣଙ୍କ ନିଜେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଗୁରୁତର ଥିବା ଛାତ୍ରୀ ଜଣଙ୍କ ଏକଥା କହିଥିବା କହିଲେ। ଶରୀରର ୯୦ ପ୍ରତିଶତ ପୋଡ଼ିଛି,ଅବସ୍ଥା ସଂକଟାପନ୍ନ ରହିଛି ।












Click it and Unblock the Notifications