ରମାଦେବୀ ବିଶ୍ଵବିଦ୍ୟାଳୟର ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ପାଠପଢା : ଦ୍ବିତୀୟ କ୍ୟାମ୍ପସ ପାଇଁ ପୁଣି ଚିଠି

ଭୁବନେଶ୍ବର: ଏତେ ପିଲାଙ୍କୁ ଗୋଟିଏ କ୍ୟାମ୍ପସ । ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ହେଉଛି ଶିକ୍ଷାଦାନ । ଏହା ଏବେ ରମାଦେବୀ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ଏହି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି ।

ଗୋଟିଏ କ୍ୟାମ୍ପସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ (ୟୁଜି), ସ୍ନାତକୋତ୍ତର(ପିଜି) ଓ ପିଏଚ୍‌ଡି ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି । ତେବେ ୪ଟି ପାଠ୍ୟକ୍ରମ ପାଇଁ ଆବଶ୍ୟକୀୟ କ୍ଲାସରୁମ୍‌ ନ ଥିବାରୁ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେଉଛି ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କ୍ୟାମ୍ପସରୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା । ଏପରିକି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ୍‌-୯ ହାଇସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ସେଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠ୍ୟକ୍ରମ ପଢା ହେବ ବୋଲି ନୋଟିସ ହୋଇଥିଲା ।

ramadevi_university

ମାତ୍ର ଛାତ୍ରଛାତ୍ରୀ, ଅଭିଭାବକଙ୍କ ପ୍ରବଳ ବିରୋଧ ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏକାଧିକ ଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

୪ଟି ପାଠ୍ୟକ୍ରମ ଥିବାରୁ କେବଳ ଯେ ପାଠପଢ଼ା ପ୍ରଭାବିତ ହେଉଛି ତାହା ନୁହେଁ, ସବୁକ୍ଷେତ୍ରରେ ଛାତ୍ରୀ ମାନେ ଅସୁବିଧାର ଶିକାର ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଦ୍ବିତୀୟ କ୍ୟାମ୍ପସର ଆବଶ୍ୟକତା ଜରୁରି ହୋଇପଡ଼ିଛି ।

କ୍ୟାମ୍ପସ ନିକଟବର୍ତ୍ତୀ କୌଣସି ସ୍ଥାନରେ ଦ୍ବିତୀୟ କ୍ୟାମ୍ପସ ଲାଗି ସରକାରୀ ଜମି ଯୋଗାଇ ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଗଣଶିକ୍ଷା ବିଭାଗର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ଛାତ୍ରୀଙ୍କ ପାଠପଢ଼ା ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୭ ବର୍ଷ ବିତିଲାଣି । ତଥାପି କ୍ୟାମ୍ପସର ବିକାଶ ହୋଇପାରୁ ନାହିଁ।

ସୂଚନା ଯୋଗ୍ୟ, ୨୦୧ରେ ଗୋଠପାଟଣାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୩୦ ଏକର ଜମି ଚିହ୍ନଟ ହୋଇଥିଲା। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ୨୦ କିମି ଦୂରରେ ଥିଲା । ହେଲେ ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେଲେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି ବୋଲି ମତପ୍ରକାଶ କରିବା ସହ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଥିଲେ । ଆଉ ସେବେଠୁ ଦ୍ଵିତୀୟ କ୍ୟାମ୍ପସ ପାଇଁ କିଛି ନିର୍ଦ୍ଧିଷ୍ଟତା ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+