ପୁଣି ରାଗିଂ ପାଇଁ ଗଲା ଜଣେ ଛାତ୍ରୀଙ୍କ ଜୀବନ, ନିର୍ଯାତନା ସହି ନ ପାରି ହାରିଲେ ଜୀବନ !

ଯାଜପୁର:ପୁଣି ରାଗିଂ ପାଇଁ ଗଲା ଜଣେ ନିରିହ ଛାତ୍ରୀଙ୍କ ଜୀବନ । ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକନିକ୍ ଗର୍ଲସ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ବେକରେ ଓଢଣି ଲଗାଇ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରୋଜାଲିନ୍ ପାତ୍ର ସେ ଇଲେକ୍ଟ୍ରିକାଲ ୩ୟ ବର୍ଷର ଛାତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ ଝିଅକୁ ଜଣେ ଛାତ୍ର ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଲେ ଛାତ୍ରୀଙ୍କ ମାଆ । ସେହିପରି ଝିଅ କ୍ୟାମ୍ପସ୍ ପାଇଥିବାରୁ ତାକୁ ହଇରାଣ କରାଯାଉଥିଲା । ରୋଜାଲିନ ଟପ୍ପର ହେଉଥିଲେ ଯାହା ସାଙ୍ଗସାଥୀମାନେ ସହିପାରୁ ନଥିଲେ ବୋଲି ମଧ୍ୟ ଛାତ୍ରୀଙ୍କ ମା' ଅଭିଯୋଗ କରିଛନ୍ତି ।
ସେହିପର ଭଲ ପାଠ ପଢୁଥିବାରୁ ରୋଜାଲିନ୍ ପାତ୍ରଙ୍କୁ ବାରମ୍ବାର ଧମକ ଦିଆଯାଉଥିଲା ବୋଲି ଦାବି କରିଛନ୍ତି ମାମୁ । ଏପରିକି ଝିଅକୁ ମାରିକି ଟାଙ୍ଗି ଦିଆଯାଇଛି ବୋଲି ମଧ୍ୟ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଏବଂ ଏଥିପାଇଁ କଲେଜ ଏବଂ ପ୍ରିନ୍ସପାଲଙ୍କୁ ଦାୟୀ କରିଛନ୍ତି ମୃତ ଛାତ୍ରୀଙ୍କ ମାମୁ ।












Click it and Unblock the Notifications