ରାଉରକେଲା IGHରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ
ଜୀବନ ଯୁଦ୍ଧରେ ହାରିଗଲା ରାଜରାଙ୍ଗପୁର ନାବାଳିକା । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଆଖିବୁଜିଛନ୍ତି ନାବାଳିକା । ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ।

ଖବର ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଡିକାଲ ଯାଇ ନାବାଳିକାକୁ ଭେଟିଥିଲେ ଏବଂ ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । ହେଲେ ତାପୂର୍ବରୁ ଏବେ ଆଖି ବୁଜିଛନ୍ତି ନାବାଳିକା । ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି ପୀଡିତା । ସୋମବାର ସକାଳ ସମୟରେ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । ସେପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ବାକି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ମଧ୍ୟ ଜାରି ରଖିଛି ।












Click it and Unblock the Notifications