ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ, ଅନ୍ୟ ଜଣେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ

ଛତ୍ରପୁର: ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଉଦ୍ଧାର କାମରେ ଏୟାରକ୍ରାଫ୍ଟ ନିୟୋଜିତ । ଆଜି ସକାଳୁ ୫ଜଣ ସାଙ୍ଗ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି ।

Odisha

ତେବେ ଜଣଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ହେଲେ କନିଷି ଅଂଚଳର ସ୍ୱପ୍ନାରାଣୀ ପଣ୍ଡିତ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ସେହିପରି ନିଖୋଜ ଥିବା ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ । ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ପ୍ରଜ୍ଞାରାଣୀ ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ । ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବା ବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ । ହେଲେ ଗାଧୋଇଲା ବେଳେ ୫ଜଣ ସାଙ୍ଗ ବୁଡ଼ିଯାଇଥିଲେ ।

ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସ୍କ୍ୟୁ ଅପରେସନ ପାଇଁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ସର୍ଚ୍ଚ ଅପରେସନ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+