ବାଲି ଯାତ୍ରାରେ ଛାତ୍ର ମୃତ୍ୟୁ ମାମଲା; ତଦନ୍ତ ପାଇଁ ଗଠନ ହେଲା ସ୍ଵତନ୍ତ୍ର ଟିମ୍
କଟକ ବାଲିଯାତ୍ରାରେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରାଯିବ।ତଦନ୍ତ ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏକ ଟିମ୍। ବିଦ୍ୟୁତ୍ ବିଭାଗ ଓ ଠିକା ପରିଚାଳନା ସଂସ୍ଥା ଦାୟତ୍ଵ ନେଇଥିଲା ଏବଂ ଏହି ଲାଇଟ୍ ସଜ୍ଜା ଦାୟିତ୍ଵ ରେ ଥିଲେ ସେ ନେଇ ହେବ ତଦନ୍ତ। ଯିଏ ଏହି ଅବହେଳା ପାଇଁ ଦାୟୀ ତଦନ୍ତରେ ଜଣା ପଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ। ଏହା ଜଣାତରେ ହେଇଛି କି ଅଜାଣତରେ ହୋଇଛି କରା ଯାଉଛି ତଦନ୍ତ। ମୃତ ଛାତ୍ରଙ୍କ ପରିବାରକୁ ପ୍ରଶାସନର ନିୟମ ଅନୁସାରେ କ୍ଷତିପୂରଣ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ଶିନ୍ଧେ ଙ୍କ ସୂଚନା।

ବିଦ୍ୟୁତ୍ ଆଘାତ ରେ ଛାତ୍ର ମୃତ୍ୟୁ ଘଟଣା ର ତଦନ୍ତ ଆରମ୍ଭ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। କିଏ ଲିଚୁ ଲାଇଟ୍ ଲାଗିଥିଲା।କାହା ଦାୟିତ୍ଵ ରେ ଥିଲା ବିଦ୍ୟୁତ୍ କାର୍ଯ୍ୟ।କିଏ ଏହି ଅବହେଳା ପାଇଁ ଦାୟୀ। ଏସବୁକୁ ନେଇ କିଛି ବ୍ୟକ୍ତି ଙ୍କୁ ପଚରା ଉଚରା କରୁଛି ପୋଲିସ। ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ମଧ୍ୟ ଥାନାକୁ ଡକାଇ ପଚରା ଉଚରା କରାଯାଇଛି।
ଅନ୍ୟପଟେ ବିଦ୍ୟୁତ୍ ଆଘାତରେ ମୃତ ଛାତ୍ର ବିଶ୍ଵ ପ୍ରକାଶ ମନ୍ଥନଙ୍କ ପରିବାରକୁ ଭେଟିଛନ୍ତି ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ। କଟକ ଏସ ସି ବି ମେଡିକାଲ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପରିବାର ଲୋକଙ୍କୁ ଭେଟିଛନ୍ତି ବିଧାୟିକା।ଏହି ଅଘଟଣ ପାଇଁ ସେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଚଳିତ ବାଲିଯାତ୍ରାରେ ବହୁତ୍ ବିଭ୍ରାଟ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।












Click it and Unblock the Notifications