Get Updates
Get notified of breaking news, exclusive insights, and must-see stories!

ବିଦ୍ୟୁତ କାଟକୁ ନେଇ ଗର୍ଜିଲା ଛାତ୍ର କଂଗ୍ରେସ: ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିଞ୍ଚଣା ଧରି ବିକ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ କାଟକୁ ନେଇ ଗର୍ଜିଲା ଛାତ୍ର କଂଗ୍ରେସ । ଶକ୍ତି ମନ୍ତ୍ରୀ ପ୍ରତାପ ଦେବାଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ । ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ।

ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଶକ୍ତି ବିଭାଗକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

Power Cut in Odisha

ଛାତ୍ର କଂଗ୍ରେସର ଜଣେ ସଦସ୍ୟ କହିଛନ୍ତି, ପ୍ରତାପ ଦେବଙ୍କ ଭଳି ମନ୍ତ୍ରୀ ସାରା ଭାରତ ବର୍ଷରେ ନାହାନ୍ତି । ବିଦ୍ୟୁତ କାଟ୍ ହେଉଛି ବୋଲି ତାଙ୍କ ସଚିବ କହୁଛନ୍ତି, ହେଲେ ମନ୍ତ୍ରୀ ଡ୍ରାମା କରୁଛନ୍ତି । ସାଧାରଣ ଲୋକ ଗରମରେ ଛଟପଟ ହେଉଥିବା ବେଳେ ମନ୍ତ୍ରୀ ତାଙ୍କ ସପକ୍ଷରେ ନଯାଇ ଟାଟା କମ୍ପାନୀ ସପକ୍ଷରେ ଯାଉଛନ୍ତି । ଟାଟା କମ୍ପାନୀ ଓ ମନ୍ତ୍ରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ଲୋକମାନେ ଗରମରେ ଛଟପଟ ହେଉଥିବା ବେଳେ ମନ୍ତ୍ରୀ ବେଫିକର ହୋଇ ତାଙ୍କ ବାସଭବରେ ଶୋଇ ପଡ଼ିଛନ୍ତି। ପାୱର କାଟକୁ ବନ୍ଦ କରାଯାଉ । ଯଦି ପ୍ରତାପ ଦେବ ମନ୍ତ୍ରୀ ହେବାକୁ ଅଯୋଗ୍ୟ ତାହା ହେଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ସୂଚନାଯୋଗ୍ୟ, ଆଜି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ ବିଜୁଳି ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+