Get Updates
Get notified of breaking news, exclusive insights, and must-see stories!

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜଳିଯିବା ଘଟଣା; ତଦନ୍ତ କରି ରିପୋର୍ଟ ଦିଅ: ଡିଜିପି

ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍‌ ଛାତ୍ରୀ ଓ ପୁରୀଜିଲ୍ଲା ବଳଙ୍ଗା ନାବାଳିକା ଘଟଣାକୁ ରାଜ୍ୟବାସୀ ଭୁଲିପାରି ନଥିବା ବେଳେ ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପିଙ୍କୁ ପୋଲିସ ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଲେ । କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ । ସୂଚନାଥାଉକି, ଆଜି ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ ।

Pattamundai

କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ । ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ । ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ । ଘଟଣାସ୍ଥଳରେ ଏଯାବତ ପୋଲିସ ପହଞ୍ଚି ନଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ । ଏହି ଖବର ଶୁଣି ଗାଁରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+