FM କଲେଜରେ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା, AIIMSରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା।AIIMSରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ପୀଡ଼ିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ପହଞ୍ଚିଲେ ।

Mukesh Mahaling

ତେବେ ଗତକାଲି ବାଲେଶ୍ୱର FM କଲେଜର ଜଣେ ଛାତ୍ରୀ HODଙ୍କ ନିର୍ଯ୍ୟାତନା ସହିନପାରି ନିଜ ଦେହରେ ନିଜେ କଲେଜ ପରିସରରେ ନିଆଁ ଲଗାଇ ଦେଇଥିଲେ। ବାରମ୍ୱାର ଅଭିଯୋଦ ସତ୍ତ୍ୱେ ପ୍ରିନ୍ସିପାଲ ପୀଡିତାଙ୍କ ଅଭିଯୋଗ ଶୁଣିନଥିଲେ। ତେଣୁ ଗତକାଲି ପ୍ରିନ୍ସିପାଲଙ୍କ ସହ କଥା ହେବା ପରେ ସେହିଠାରେ ହିଁ ପ୍ରିନ୍ସିପାଲଙ୍କ ଅଫିସ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଛାତ୍ରୀ।

ପରେ ଛାତ୍ରୀଙ୍କ ଦେହରୁ ନିଆଁ ଲିଭାଇବା ପାଇଁ ବହୁ ଚେଷ୍ଟା କରିଥିଲେ କଲେଜର ଛାତ୍ର ଛାତ୍ରୀ। ଯେଉଁଥିରେ ଅନ୍ୟଜଣେ ଛାତ୍ର ବି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଛାତ୍ରୀଙ୍କ ଦେହରୁ ନିଆଁ ଲିଭା ହେବା ବେଳକୁ ତାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ୱର ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ପୀଡିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ପାଇଁ ଆଗାମୀ ୨୪ ରୁ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ହେଲେ ଏବେସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।

ଛାତ୍ରୀଜଣଙ୍କ ଦେହ ଏବେବି କ୍ରିଟିକାଲ୍ ରହିିଛି। ସେପଟେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ନେଇ ଏମ୍ସରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+