ଗୋଳାବାରୁଦ କାରଖାନାରେ ବିସ୍ଫୋରଣ:୨ ଗୁରୁତର
ବଲାଙ୍ଗିର:ବଡ଼ମାଲ ଗୋଳାବାରୁଦ କାରାଖାନାରେ ବିସ୍ଫୋରଣ । ବୋମା ତିଆରି ହେଉଥିବା ସମୟରେ ବିସ୍ଫୋରଣ ଘଟି ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ କାରାଖାନାର ବରିଷ୍ଠ ଟେକ୍ନିସିଆନ ବୋଲି ସୂଚନା ରହିଛି । ଆହତ ଦୁଇଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।
ଦୁଇ ଆହତଙ୍କ ପରିଚୟ ମଳିଛି । ଜଣେ ଡି.ଡବ୍ଲୁ ଗୌତମ ମହନନ୍ଦ ଏବଂ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ତା । ସୂଚନା ଅନୁସାରେ, ଆଜି ୟୁନିଟ୍-୩ ଥିବା ଏକ ଗୋଳାବାରୁଦ କାରଖାନାରେ ବୋମା ତିଆରି ପାଇଁ କେମିକାଲ ମିଶ୍ରଣ କରାଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଭୟଙ୍କର ବିସ୍ଫୋରଣରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି ।

ଆହତ ଦୁଇ ଜଣଙ୍କୁ ପ୍ରଥମେ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଉଭୟଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications