ଖଣ୍ଡଗିରି ଯାତ୍ରା ପେଣ୍ଡାଲ୍‌ରେ ୧୮ ଶହ ସିଟ୍ ପକାଇବାକୁ କଡା ନିର୍ଦ୍ଦେଶ

ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ ଯାତ୍ରା ସିଂହବାହିନୀର ନାଟକ 'ତୁ ମୋ ବଜରଙ୍ଗୀ' ବେଶ୍‌ ମନୋରଞ୍ଜନଧର୍ମୀ ହୋଇଥିଲା। ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟର ନାଟକ 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ' ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା। ଯାତ୍ରା ଧଉଳିର 'ସବୁ ଅଙ୍କ ଭୁଲ୍‌ ହେଇଗଲା' ଏବଂ ଅପେରା ଅଶୋକ ସମ୍ରାଟର ନାଟକ 'ଅଧା ରହିଗଲା ଆମ କାହାଣୀ'କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଚଳିତବର୍ଷ ୭ ପେଣ୍ଡାଲରେ ମୋଟ ୧୪ ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ଦିନରେ ୪ ଗଣନାଟ୍ୟ ମଞ୍ଚକୁ ଓହ୍ଲାଇଥିବାବେଳେ ୨୯ରୁ ଆଉ ୨ଟି ଏବଂ ୩୧ରୁ ଗୋଟିଏ, ଫେବୃଆରୀ ୨ରୁ ଅନ୍ୟ ୩ଟି ଗଣନାଟ୍ୟ ଯାତ୍ରା ସମରରେ ସାମିଲ ହେବେ। ଫେବୃଆରୀ ୭ ପର୍ଯ୍ୟନ୍ତ ଦମ୍‌ଦାର ଡାଇଲଗ ସହ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କୁ ମତୁଆଲା କରିବ।

Khandagiri Yatra

ଏଥର ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍‌ ପକାଇବାକୁ ଡିସିପି ଜଗମେହନ ମୀନା ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଲାଇନ୍‌ରୁ ଆଉ ଏକ ଲାଇନ୍‌ ପର୍ଯ୍ୟନ୍ତ ୩ଫୁଟ୍‌ ଫାଙ୍କା ରହିବ। ପେଣ୍ଡାଲ ଭିତରକୁ ପ୍ରବେଶ ପଥକୁ ଚଉଡ଼ା ରାସ୍ତା ରହିବ। ଏନେଇ ସମସ୍ତ ଯାତ୍ରା କମିଟିଙ୍କୁ ଡିସିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଯାତ୍ରା କମିଟି ଏହି ନିର୍ଦ୍ଦେଶକୁ ମାନିବ ନାହିଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିସିପି କହିଛନ୍ତି। ନିୟମିତ ଭାବେ ଖଣ୍ଡଗିରି ପୋଲିସ ଯାତ୍ରା ପେଣ୍ଡାଲକୁ ଯାଇ ଯାଞ୍ଚ କରିବ। ଅନେକ ସମୟରେ ଯାତ୍ରା ପେଣ୍ଡାଲରେ ଗଣ୍ଡଗୋଳ ହେଲେ ବାହାରିବା କଷ୍ଟକର ହୋଇଯାଏ। ଏପରି କି ଦଳାଚକଟା ଭଳି ସ୍ଥିତି ଉପୁଜେ। ଆହୁରି ମଧ୍ୟ ମହିଳାମାନେ ଚେୟାରରେ ବସିଲେ ଜାଣିଶୁଣି ଅନେକ ଯୁବକ ଘଷିହୋଇ ଯାଇଥାନ୍ତି, ଯେଉଁଥିପାଇଁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣିଥାନ୍ତି। ଏଭଳି ନ ହେବା ପାଇଁ ଡିସିପି ଯାତ୍ରା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟରେ ଯାତ୍ରା କମିଟି କହିଛନ୍ତି, ସିଟ୍‌ କମିଲେ କ୍ଷତି ସହିବାକୁ ପଡ଼ିବ। ତେଣୁ ସିଟ୍‌ କମା ନ ଯାଉ, ଆମେ ଦର୍ଶକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛୁ ଏବଂ ଭବିଷ୍ୟ ଦେବୁ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+