Get Updates
Get notified of breaking news, exclusive insights, and must-see stories!

ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ: ଏଣିକି ସ୍କ୍ରିନିଂ ଟେଷ୍ଟରେ ପାସ୍ କଲେ “ଆମ ବସ୍” ଚଳାଇପାରିବେ ଚାଳକ

ଆମ ବସ୍ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ବଡ଼ ପଦକ୍ଷେପ । ଏଣିକି ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର । ତେବେ ଥାର୍ଡ ପାର୍ଟି ଅଧିନରେ ଚାଳକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ କରାଯାଇଛି । ଏହା ସହ ଲେନ୍ ଡ୍ରାଇଭକୁ ପରିବହନ ବିଭାଗ ଗୁରୁତ୍ବ ଦେଉଛି ଏବଂ ଏହା ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବ ବୋଲି ସଚିବ ସୂଚନା ଦେଇଛନ୍ତି । ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ହେବେ ତାଙ୍କୁ ଇନସେନଟିଭ ମିଳିବ । ଟ୍ରାଫିକ ନିୟମ ଭଙ୍ଗ କଲେ ଉକ୍ତ ବସ୍ ନାଁରେ ଚାଲାଣ ମଧ୍ୟ କଟିବ ।

ama bus

ସେ କହିଛନ୍ତି ଯେ "ମୋ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି ଏବଂ କ୍ରୁଟ୍ ମେମ୍ବର ରହିବେ ।" ପ୍ରତି ମାସକୁ ଥରେ କମିଟି ସମୀକ୍ଷା କରିବ ବୋଲି ସଚିବ ସୂଚନା ଦେଇଛନ୍ତି । ସୂଚନା ଥାଉ କି ଗତ ଶନିବାର ଭୁବନେଶ୍ବର ରୂପାଲି ଛକରେ ଆମ ବସ୍ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ବେରପୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+