ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ; ମାସକ ଭିତରେ ନିୟମ କାର୍ଯ୍ୟକାରୀ ନହେଲେ ହେବ କାର୍ଯ୍ୟନୁଷ୍ଠାନ
ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣି ମାଲିକ ଓ ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ କଡ଼ା ତାଗିଦ୍ କରିଛନ୍ତି । ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ମାସକର ମହଲତ ଦେବା ସହ ମାସକ ମଧ୍ୟରେ ନିୟମ ପାଳନ ନହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ସେ ।

ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ଦେଲେ ମାସକର ମହଲତ । ମାସକ ମଧ୍ୟରେ ନିୟମ ପାଳନ ନହେଲେ ହେବ କାର୍ଯ୍ୟନୁଷ୍ଠାନ। ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହା କହିଛନ୍ତି।
ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଡିଏମଏଫ୍ ଫଣ୍ଡରେ ପଡ଼ିରହିଛି ୧୮ ହଜାର କୋଟି ଟଙ୍କା । ଡିଏମଏଫ୍ ଫଣ୍ଡର ହେଉନି ସଦୁପଯୋଗ । ଯୋଡ଼ା ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳରେ ୧୪୧ଟି ଖଣି ଅଛି । ୬୦ରୁ ୭୦ଟି ଶିଳ୍ପ ଅଛି । ହେଲେ ମେଞ୍ଚା ମେଞ୍ଚା ଧୂଳି ଜମୁଛି । ପାଣି ସିଞ୍ଚା ଯାଉନି । ମାଇନିଂ ଆକ୍ଟିଭିଟି ବଢୁଛି । ଆମକୁ ତ୍ରୁଟିକୁ ମାନିବାକୁ ପଡ଼ିବ । ଲୋକେ ଧୂଳିରେ ପୋତି ହେଉଛନ୍ତି । ପଇସା ଅଛି, କାହିଁକି ସବୁକିଛି ଷ୍ଟ୍ରିମଲାଇନ ହେଉନି । ଏସି ରୁମରେ ବସି ଯୋଜନା ହେଉଛି, କାର୍ଯ୍ୟାନ୍ଵୟନ ହେଉନି । ସମାଧାନ ବାହାର କରିବାର ଅଛି ।












Click it and Unblock the Notifications