ଆସନ୍ତା ୧୦ ତାରିଖରୁ ପୁଣି ଟ୍ୱିନସିଟିରେ ଗାଡ଼ି ଚେକିଂ, ନିୟମ ଖିଲାପ କଲେ ଗଣିବେ ମୋଟା ଅଙ୍କ ଜରିମାନା
Odisha News: ଆସନ୍ତା ୧୦ ତାରିଖରୁ ପୁଣି ଭୁବନେଶ୍ୱର-କଟକରେ ଗାଡ଼ି ଚେକିଂ ଆରମ୍ଭ ହେବ । ଚେକିଂ ଆରମ୍ଭ ହେବା ପୂର୍ବରୁ ସତର୍କ କରାଇଲା କମିଶନରେଟ୍ ପୋଲିସ । କଳାକାଚ, ଫିଲ୍ମ ଆଦି ନ ଲାଇବା ପାଇଁ ନିର୍ଦ୍ଦେଶ । ତେବେ ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ନଚେତ୍ ଜରିମାନା ଲାଗିବ ବୋଲି ସୂଚନା ଜାରି କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯିବ ନେଇ ସୂଚନା ରହିଛି ।

ଯେଉଁମାନେ ନିୟମ ଖିଲାପ ଯିବେ ସେମାନଙ୍କୁ ଗଣିବା ପାଇଁ ପଡିବ ମୋଟା ଅଙ୍କର ଜରିମାନା । ତେବେ ଚେକିଂ ପୂର୍ବରୁ କମିଶନରେଟ୍ ପୋଲିସ ସତର୍କ କରାଇଦେଇଛି ଏବଂ କଳାକାଚ, କରକସ ହର୍ଣ୍ଣ ,ଫିଲ୍ମ ଆଦି ନ ଲାଇବା ପାଇଁ ନିର୍ଦ୍ଦେଶ । ତେବେ ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ନଚେତ୍ ଜରିମାନା ଲାଗିବ ବୋଲି ସୂଚନା ଜାରି କରାଯାଇଛି ।
କରୋନା ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା । ହେଲେ ପୁଣି ଆକ୍ସନ ମୋଡରେ କମିଶନରେଟ ପୋଲିସ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଉଲ୍ଲଘଂନ କରିଥିବା ଜିନିଷକୁ ତୁରନ୍ତ କାଢି ଦେବା ପାଇଁ ସତର୍କ କରାଇଛି ପୋଲିସ ।












Click it and Unblock the Notifications