କଡ଼ାକଡି ଚାଲିଛି ଚେକିଂ: ମଦ ପିଇ ଗାଡି ଚଳାଇଲେ ୧୦ ହଜାର ଫାଇନ୍
Odisha News: କଟକ-ଭୁବନେଶ୍ୱରରେ କଡ଼ାକଡି ଚାଲିଛି ଚେକିଂ । ରାଜଧାନୀର ଛକ ଛକରେ ଜଗି ରହିଛନ୍ତି ପୋଲିସ ଅଧିକାରୀ ଏବଂ ଯେଉଁମାନେ ନିୟମ ମାନୁନାହାଁନ୍ତି ବା ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ଉପରେ ରହିଛି କଡା ନଜର ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଭୁବନେଶ୍ୱରରେ ଏକ ଜଣେ କାର ଚାଳକଙ୍କୁ ଦେବା ପାଇଁ ପଡିଛି ଜରିମାନ । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ କାରର କଳା ରଙ୍ଗର କାଚ ଲାଗିଥିଲା ପୋଲିସ ଗାଡି କାଚରୁ କଳା ରଙ୍ଗର ଜରି କାଢିବା ସହ ୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି ଏବଂ ଗାଡିକୁ ସିଜ୍ ମଧ୍ୟ କରାଯାଇଛି ।

ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସୂଚନା ରହିଛି ଯେ ଗତକାଲି ୧୯ଟି ଚାରି ଚକିଆ ସିଜ୍ କରାଯିବା ସହ ୯୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି ।












Click it and Unblock the Notifications