Get Updates
Get notified of breaking news, exclusive insights, and must-see stories!

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ: ନିଜେ ଘର ଭାଙ୍ଗି ଫେରାର ବାଂଲାଦେଶୀ ଅନୁପ୍ରବେଶକାରୀ

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି । ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍ ଉପରେ ପୋଲିସର ନଜର ରହିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅବାଧରେ ବସବାସ କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶ କାରୀ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ଚାନ୍ଦବାଲି ବ୍ଲକରେ ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ,ଧାମରା, ଚଡଦିଆ ଆଦି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢିଚାଲିଛି । ସମୁଦ୍ର ପଥ ଦେଇ ଜଳପଥରେ ଅତି ସହଜରେ ଧାମରା ଉପକୂଳରେ ଅନୁପ୍ରବଶକାରୀ ମାନେ ଧାମରାର ବିଭିନ୍ନ ଅଂଚଳକୁ ଅବାଧରେ ପ୍ରବେଶ କରିପାରୁଛନ୍ତି । ତେବେ ଅତିରିକ୍ତ ଏସପି କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପରିଚୟ ପତ୍ର ଯାଞ୍ଚ କରାଯାଉଛି ।

ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।

bangladeshi break into houses and return

ଜଗତସିଂହପୁର ବେହେରାମପୁର ନିକଟରେ ସରକାରୀ ଜମିରେ ନିର୍ମାଣ କରିଥିବା ଘରଗୁଡ଼ିକୁ ସନ୍ଦିଗ୍ଧ ବାଂଲାଦେଶୀମାନେ ଅଭିଯାନ ଭୟରେ ନିଜେ ଭାଙ୍ଗି ଚମ୍ପଟ ମାରିଛନ୍ତି। ଗତ ୧୭ ତାରିଖରେ ୭ଟି ବେଆଇନ ଘରକୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ଅଟକ ରଖି ନକଲି ଆଧାର, ଭୋଟର ଆଇଡି ଓ ଜମି ପଟ୍ଟା ଜବତ କରାଯାଇଛି।

ମଙ୍ଗଳବାର ରାତିରେ ଯାଜପୁରରେ ୫୨ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଅଣାଯାଇଥିଲା। କାଗଜପତ୍ର ଯାଞ୍ଚ ପରେ ୫୦ ଜଣଙ୍କୁ ଛାଡ଼ି ଦିଆଯାଇଛି, କିନ୍ତୁ କାଗଜପତ୍ର ଦେଖାଇ ନପାରିଥିବା ଦୁଇଜଣଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପୋଲିସ କଡ଼ା ନଜର ରଖିଛି। ତେବେ ରାଜ୍ୟ ଉପକୂଳ ନିକଟରେ ଥିବା ସୁବର୍ଣ୍ଣରେଖା, ହ୍ବିଲର୍ ଆଦି ୧୦ରୁ ଅଧିକ ଦ୍ୱୀପପୁଞ୍ଜ ସୁରକ୍ଷା ଶୂନ୍ୟ ରହିଥିବାରୁ ଅନୁପ୍ରବେଶକାରୀମାନେ ଏହି ଦ୍ୱୀପଗୁଡ଼ିକୁ ନିରାପଦ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି। ଅଭିଯୋଗ ଅନୁଯାୟୀ, ଏକ ସଂଘବଦ୍ଧ ରାକେଟ୍ ଜରିଆରେ ପ୍ରଥମେ ଦ୍ୱୀପରେ ରହି ପରେ ନକଲି କାଗଜପତ୍ର ସହାୟତାରେ ସେମାନେ ମୁଖ୍ୟ ଭୂଖଣ୍ଡକୁ ପ୍ରବେଶ କରୁଛନ୍ତି। ରାକେଟ୍ ଜଣେ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଆଣିବା ବଦଳରେ ୫ ରୁ ୬ ହଜାର ଟଙ୍କା ନେଉଛି।

ରେଲୱେ ଓ ଉପକୂଳ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ ଉପକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଦ୍ୱୀପପୁଞ୍ଜ ଉପରେ କଡ଼ା ନଜର ରଖାଯାଇ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରାଯାଉଛି। ରାଜ୍ୟର ସୁରକ୍ଷା ପାଇଁ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+