ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର !
ଆତଙ୍କବାଦୀଙ୍କ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ଚେକିଂ । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଭୁବନେଶ୍ବର: ଆତଙ୍କବାଦୀଙ୍କ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ଚେକିଂ । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ ୧୦ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନନ୍ଦର କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ।

ସୁରକ୍ଷା ପାଇଁ ଏସଓପି ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏହାସହ ସମସ୍ତ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଉଛି । ବିମାନ ବନ୍ଦରକୁ ଉଡ଼େଇଦେବା ଧମକ ପରେ ୧୦ ଦିନ ପାଇଁ ହାଇ ଆଲର୍ଟ ଜାରିକଲେ ବିମାନ ବନ୍ଦର କର୍ତ୍ତୃପକ୍ଷ। ଅଗଷ୍ଟ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ବଢିଲା ବିମାନବନ୍ଦରରେ ସିକ୍ୟୁରିଟି। ତେବେ ଭିଜିଟର ମାନଙ୍କୁ ବିମାନ ବନ୍ଦରକୁ ଆସିବାକୁ ବାରଣ କରାଯାଇଛି। ଯାତ୍ରୀମାନଙ୍କୁ କଡା ଚେକିଂ କରାଯାଉଛି। ଖାଲି ସେତିକି ନୁହେଁ ବିମାନ ବନ୍ଦର ପରିସରରେ ଗାଡ଼ି ଚଳାଚଳ କରିବା ଉପରେ କଡ଼ା ନଜର ରଖାଯାଇଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ। କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ବିମାନବନ୍ଦରରେ ନିୟୋଜିତ ରହିଛନ୍ତି।
ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିଲା । ପୋଲିସକୁ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା । ଏହାସହ ପୋଲିସ ଓ ସିଆଇଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଥିଲା ।












Click it and Unblock the Notifications