ଭୁଲ କଲେ ନିଆଯିବ କଡା କାର୍ଯ୍ୟନୁଷ୍ଠାନ ; ଏମିତି କିଛି କହି ସତର୍କ କରାଇଲେ ଆଇନ ମନ୍ତ୍ରୀ
ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ। ଗଣମାଧ୍ୟମ ଆଗରେ ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ଲୁହା କଡ଼େଇ ଅବଢା ପ୍ରସଙ୍ଗରେ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ମାମଲାର ସମୀକ୍ଷା ଚାଲିଛି। ଯିଏ ବି ସମ୍ପୃକ୍ତ ଥିବା ଜଣାପଡିବେ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।

ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାରକୁ ନେଇ ମଙ୍ଗଳବାର ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି।
ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ପରମ୍ପରାର ଉଲ୍ଲଂଘନ ହେଉଛି। ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ଆପତ୍ତି ଉଠାଇଥିଲା ସୁଆର ମହାସୁଆର ନିଯୋଗ। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।












Click it and Unblock the Notifications