ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର
ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁରେ ଏକ ଅଜବ ପ୍ରକାରର ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁରେ ଏକ ଅଜବ ପ୍ରକାରର ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି। ଗାଁର ଧିନିରାମଙ୍କ ଘରେ ଏମିତି ଏକ ବାଛୁରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର। ଉକ୍ତ ବାଛୁରୀ ଛୁଆଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି। ସ୍ଥାନୀୟ ଲୋକେ ବାଛୁରୀଟିକୁ ମା' ଦୁର୍ଗାଙ୍କ ଅବତାର କହି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।

ତେବେ ଜିଲ୍ଲାର ଧନିରାମ ନାମକ ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଗୋଟିଏ ଗାଈ କିଣିଥିଲେ । ସେହି ଗାଈ ହିଁ ନିକଟରେ ଅଦ୍ଭୁତ ବାଛୁରୀଟିକୁ ଜନ୍ମ ଦେଇଥିଲା । ପ୍ରଥମେ ବାଛିରୀଟିକୁ ଦେଖି ଧନୀରାମଙ୍କ ପରିବାର ଲୋକେ ଚକିତ ହୋଇଥିଲେ । ହେଲେ ପରେ ଏବେ ସ୍ଥିତି ସ୍ୱଭାବିକ ରହିଛି ।
People in the locality of Bijapara village have begun worshipping a two headed calf as #Durga Avatar
— Suffian सूफ़ियान سفیان (@iamsuffian) October 12, 2021
After it was born with two heads and three eyes on the occasion of #Navratri to a farmer in Odisha's Nabrangpur District. #DurgaPuja @aajtak @IndiaToday pic.twitter.com/tz9i9mpJ0O
ବାଛୁରୀର ଦୁଇଟି ମୁଣ୍ଡ ଥିବାରୁ ମାଆ ପାଖରୁ କ୍ଷୀର ପିଇବାରେ ଅସୁବିଧା ହେଉଛି । ଫଳରେ ବାଛୁରୀଟିକୁ ବାହରର କ୍ଷୀର ଦେବାକୁ ଧନୀରାମ ବାଧ୍ୟ ହୋଇଛନ୍ତି । ନବରାତ୍ରୀ ଅବସରରେ ବାଛୁରୀଟି ଜନ୍ମ ହୋଇଥିବାରୁ ଆଖପାଖର ଲୋକେ ବାଛୁରୀଟିକୁ ଦକ୍ଷିଣମୁହାଁ କରି ପୂଜା କରିବାରେ ଲାଗିପଡିଛନ୍ତି । ଏହି ଘଟଣାକୁ ଆପଣ ଅନ୍ଧବିଶ୍ୱାସ ମନେ କରିପାରନ୍ତି । ହେଲେ ଗାଁ ଲୋକଙ୍କର କିନ୍ତୁ ବାଛିରୀ ପ୍ରତି ରହିଛି ଅଗାଢ ଆସ୍ଥା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications