Get Updates
Get notified of breaking news, exclusive insights, and must-see stories!

ଭାରତର ପ୍ରଥମ ନାଗରିକ ହେବେ ଜଣେ ଓଡିଆ ଝିଅ !

ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ମାଟିର ଝିଅ ଦୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ପକ୍କା ହୋଇ ସାରିଥିବା କୁହାଯାଉଛି । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି।

ଭୁବନେଶ୍ୱର: ଆଜି ଦେଶ ପାଇବ ତାର ପଞ୍ଚଦଶ ରାଷ୍ଟ୍ରପତି । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ମଧ୍ୟରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । ଆଜି ଆସିବ ନିର୍ବାଚନର ଫଳାଫଳ । ଆସନ୍ତା ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

Draupadi Murmu

ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ, ତାହା ଆଉ କିଛି ସମୟ ପରେ ଜଣାପଡି ଯିବ । ମାତ୍ର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ମାଟିର ଝିଅ ଦୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ପକ୍କା ହୋଇ ସାରିଥିବା କୁହାଯାଉଛି । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବେ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଏହାପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚି ସାରିଛି। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି ।

Draupadi Murmu

ସେପଟେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହେବା ପରେ ତାଙ୍କ ଗାଁ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି। ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା, ପିଠା । ୧୦ ହଜାର ବୁନ୍ଦି ଲଡୁ ଧର୍ମଶାଳାରେ ତିଆରି କରାଯାଉଛି। ଯେଉଁଥିରେ ଲାଗିଛନ୍ତି ୨୦ ଜଣ କାରିଗର।ଫଳାଫଳ ଘୋଷଣା ହେବ ପରେ ରାଇରଙ୍ଗପୁର ସହରରେ ବଣ୍ଟା ହେବ ବୁନ୍ଦି ଲଡୁ।

ରାଇସିନାରେ ବସିବେ ଓଡିଆ ଝିଅ

ତେବେ ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ। ରାଇସିନାରେ ମୁର୍ମୁ ବସିବା ଏକ ପ୍ରକାର ସ୍ପଷ୍ଟ। କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି। ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ବିଜେଡି । ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ ।

ଆଞ୍ଚଳିକ ଦଳ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଟିଡିପି, ଜେଡିସ୍, ସିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛି । ସେହିପରି ଅରବିନ୍ଦ କେଜରୀୱାଲଙ୍କ ଆପ୍, ସମାଜବାଦୀ ପାର୍ଟି, ଟିଏମସି, ଟଡିପି, ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଛି । ମୁର୍ମୁ ପ୍ରାୟ ୩ ଭାଗରୁ ଦୁଇ ଭାଗ ଭୋଟ ହାତେଇବାର ସୁଯୋଗ ରହିଥିବା ବେଳେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିନ୍ତ । ଆକଳନ ଅନୁସାରେ ଦ୍ରୌପଦୀ ନିର୍ବାଚନରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ପାଇପାରନ୍ତି। ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ପରେ ୧୦,୮୬, ୪୩୧ରୁ ଏବେ ଏନଡିଏ ହାତରେ ପ୍ରାୟ ୬.୬୭ ଲକ୍ଷ ଭୋଟ ରହିଛି। ଅନ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ୫୦ ପ୍ରତିଶତ ଭୋଟ ମିଳିଲେ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ହେବେ ।

Draupadi Murmu

ନଗରପଞ୍ଚାୟତ କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ

ଦ୍ରୌପଦୀ ମୁର୍ମୁ ଜୀବନଯାତ୍ରା ଏମିତି ଥିଲା । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ସେ ମୟୂରଭଞ୍ଜର ରାଇରଙ୍ଗପୁର (2000 ଏବଂ 2009) ରେ ବିଜେପି ଟିକେଟରେ ଦୁଇଥର ବିଧାୟକ ହୋଇଥିଲେ । ଯେତେବେଳେ ନବୀନ ପଟ୍ଟନାୟକଙ୍କ ଉତ୍ଥାନ ସହିତ ବିଜେପି ନିଜର ଆଭିମୁଖ୍ୟ ହରାଉଥିଲା, ସେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀକୁ ବଜାୟ ରଖିପାରିଥିଲେ । ସେ ପ୍ରତିଷ୍ଠିତ ହେବା ପୂର୍ବରୁ, ତାଙ୍କର ସାମାନ୍ୟ ଆରମ୍ଭରେ, ସେ 1997 ରେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପରେ ସେ 2000 ରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପରିବହନ ମନ୍ତ୍ରୀ ଥିଲେ

ଓଡିଶାରେ ବିଜେଡି ଏବଂ ବିଜେପି ମିଳିତ ସରକାର ସମୟରେ ସେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ 2000 ରୁ 2004 ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ହୋଇଥିଲେ । 2015 ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+