ବାତ୍ୟା ଆତଙ୍କ ! ଭକ୍ତଙ୍କୁ ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପରାମର୍ଶ, ଜିଲ୍ଲାରେ ହାଇ ଆଲର୍ଟ

ସାମୁଦ୍ରିକ ବାତ୍ୟା 'ଦାନା' ପୁରୀରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇପାରେ। ତେଣୁ ସମୁଦ୍ରକୂଳ ନିକଟରେ ରହୁଥିବା ୮୮ ସୁନାମି ପ୍ରବଣ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୧୭୯ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ପଡ଼ିଲେ ଆଖପାଖରେ ଥିବା ବିଦ୍ୟାଳୟଗୁଡିକୁ ଏଥିପାଇଁ ବ୍ୟବହାର କରାଯିବ।

Cyclone Dana

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ସମୁଦ୍ର ଭିତରେ ଫସିଥିବା ଦୁଇଟି ମାଛ ଧରା ଡଙ୍ଗା ସମେତ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି। ବାତ୍ୟାରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପାଇଁ ସତର୍କତା ବ୍ୟବସ୍ଥା କରାଯାଇଛି।
ଜିଲାର ଛଅଟି ଉପକୂଳ ବ୍ଲକ୍ ଦାୟିତ୍ବରେ ସ୍ଥାନାନ୍ତର,ଉଦ୍ଧାର, ରିଲିଫ, ଥଇଥାନ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅଗ୍ନିଶମ, ପୁଲିସ, ଓଡ୍ରାଫ ଓ ଏନଡିଆରଏଫ୍ ପ୍ରସ୍ତୁତ ହୋଇ ରହିଛନ୍ତି। ୮୫୬ ଗର୍ଭବତୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପୂର୍ବରୁ ବାତ୍ୟା ପରିଚାଳନା ଅଭିଜ୍ଞତା ରହିଥିବା ଅଫିସରମାନଙ୍କୁ ଯଥାଶୀଘ୍ର ପୁରୀରେ ପହଞ୍ଚିବାକୁ ରାଜସ୍ବ ବିଭାଗ ନିର୍ଦେଶ ଦେଇଛି। ଜିଲା ପ୍ରଶାସନ ସମେତ ତହସିଲ ଗୁଡିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ ଖୋଲାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+