ବାତ୍ୟା ପ୍ରଭା ; ପରିବା ବଜାରରେ ମହଙ୍ଗା ମାଡ଼, ମନ୍ତ୍ରୀ କଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ
ରାଜ୍ୟରେ ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ବାତ୍ୟା 'ଦାନା'ର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏଣୁ ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି।
ଏଣେ ଅପରାହ୍ନ ୪ଟା ବେଳେ ବ୍ୟବସାୟୀମାନଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି। ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ।
ଏଣେ କଟକର ଛତ୍ର ବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଠାରେ ଥିବା ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଯାଞ୍ଚ ଚାଲିଥିବାର ସୂଚନା ରହିଛି। ବ୍ୟବସାୟୀମାନେ ବି ସତର୍କ ହୋଇଥିବା ପରିଲକ୍ଷିତ ହେଉଛି।












Click it and Unblock the Notifications