ଥମୁନି ବିଜେଡିରେ ଝଡ଼, ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼

ବିଜେଡିରେ ବଡ଼ ହଲଚଲ । ନବୀନ ନିବାସ ପହଞ୍ଚୁଛନ୍ତି ବଡ଼ ନେତା । ଦଳରେ ବିବାଦ ଭିତରେ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । କଳିକେଶ ସିଂଦେଓ ମଧ୍ୟ କିଛି ସମୟ ତଳେ ନବୀନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ନେତା । ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଗତକାଲି ଏନେଇ ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ ।

djd

ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍‌ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼ । ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଦେବାଶିଷ । ଏବେ ବି ଦଳରେ ପାଣ୍ଡିଆନଙ୍କ ନିଷ୍ପତି ଚାଲୁଛି ବୋଲି ପରୋକ୍ଷରେ ଆକ୍ଷେପ କରିଥିଲେ ସାଂସଦ ଦେବାଶିଷ ସାମନ୍ତ ରାୟ । ଦେବାଶିଷଙ୍କ ସହ ସ୍ବର ମିଶାଇ ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ସେପଟେ କଟକ ମେୟର ସୁବାଷ ସିଂ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ସହ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ସହ ବାକ୍ ଯୁଦ୍ଧକୁ ଓହ୍ଲାଇଥିଲେ । ପାଣ୍ଡିଆନଙ୍କୁ ନେଇ ଏବେ ବିଜେଡି ଫାଳ ଫାଳ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+